ଅବ୍ୟବସ୍ଥା ଘେରରେ ଧର୍ମପାଲ୍ଲୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

ରିପୋର୍ଟ: ନୟମି ଖରା
ପଡିଆ, ମାଲକାନଗିରି(୧୭/୦୭): ଏକଦା ମାଲକାନଗିରି ଜ଼ିଲ୍ଲାର ପଡିଆ ବ୍ଲକ ଅନ୍ତର୍ଗତ ନୀଳଗୁଡା ପଂଚାୟତ ଅନ୍ତର୍ଗତ ଧର୍ମପାଲି ଗ୍ରାମ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା କିନ୍ତୁ ସରକାର ଓ ପ୍ରସାଶନିକ ଅଧିକାରୀଙ୍କ ଉଦ୍ୟମ ଯୋଗୁଁ ଏହି ଧର୍ମପାଲି ଠାରେ ଲୋକଙ୍କ ସ୍ବାସ୍ଥ୍ୟ ସେବାର ଉନତି ନିମନ୍ତେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା |

ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ପ୍ରାୟ ୮ହଜାର ଲୋକ ନିର୍ଭର କରନ୍ତି କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକି ଯେ ଓଡିଶା ସରକାର ଡିଂଡିମା ପିଟୁଛନ୍ତି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆମ ସରକାର ବହୁ ଆଗରେ ବୋଲି କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ ପଛରୁ ବହୁ ଆଗରେ | ଏହାର ଜ୍ୱଳନ୍ତ ଉଦାହରଣ ଧର୍ମପାଲି ସ୍ବାସ୍ଥ୍ୟ କେନ୍ଦ୍ର | ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ସାଙ୍ଗକୁ ଭିତ୍ତିଭୂମିର ଅଭାବ | ରୋଗୀ ଉପଯୁକ୍ତ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ | ଏପରି କି ବିଦ୍ୟୁତ ସେବା ନ ଥିବାରୁ ଟର୍ଚ୍ଚ ଲାଇଟ ମାଧ୍ୟମରେ ରୋଗୀଙ୍କୁ ଚିକିତ୍ସା ଚାଲିଛି | ଏହା ସହିତ ଆମ୍ବୁଲାନ୍ସ ସେବା ନ ଥିବାରୁ ରୋଗୀ ଓ ସମ୍ପର୍କୀୟ ବହୁ ହଇରାଣ ହଉଛନ୍ତି କିନ୍ତୁ ଏଥିପ୍ରତି ପ୍ରସାଶନିକ ଅଧିକାରୀ କିମ୍ବା ରାଜନେତାଙ୍କ ଦୃଷ୍ଟି ପଡ଼ି ନ ଥିବାରୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି | ସେହିପରି ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳିପାରୁନି | ଠିକ ସେହିପରି ଏହି ଅଂଚଳର ବିଦ୍ୟୁତ ସେବା ଠପ ହୋଇ ରହିଥିବା ବେଳେ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ କରାଯାଇନାହିଁ | ବିଦ୍ୟୁତ ସେବା ନ ଥିବାରୁ ବାଧ୍ୟ୍ୟହୋଇ ରୋଗୀଙ୍କୁ ଟର୍ଚ୍ଚ ଲାଇଟ ମାଧ୍ୟମରେ ଚିକିତ୍ସା କରାଯାଉଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରୁଛନ୍ତି | ଏପରିକି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଟି ଟି ଇଞ୍ଜେକ୍ସନ ନ ଥିବାରୁ ବାହାର ଔଷଧ ଦୋକାନରୁ କିଣିବାକୁ ବାଧ୍ୟ୍ୟ ହୁଅନ୍ତି | ଏହି ବିଷୟ ନେଇ ଆମେ ଯେତେବେଳେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜ଼ିଲ୍ଲାପାଳଙ୍କୁ ପଚାରି ବୁଝିଲୁ ସେମାନେ କୁହନ୍ତି ଏହା ଜ଼ିଲ୍ଲାର ଏକ ଭୀଷଣ ସମସ୍ୟା | ଏହାକୁ ସମାଧାନ ପାଇଁ ଆମେ ଚେଷ୍ଟା କରୁଛୁ ବୋଲି କହିଥିଲେ | ଏଣୁ ଏଥି ପ୍ରତି ନବ ନିର୍ବାଚିତ ବିଜେପି ବିଧାୟକ ଶ୍ରୀ ଆଦିତ୍ୟ ମାଢ଼ୀଙ୍କ ଦୃଷ୍ଟି ଦେଇ ନିଜ ବ୍ଲକର ସ୍ବାସ୍ଥ୍ୟ ସମସ୍ୟାର ସମାଧାନ କରିବା ନିମନ୍ତେ ଜନସାଧାରଣ ଦାବି କରୁଛନ୍ତି |

Comments are closed.