ଗଳା କଟା ଚିହ୍ନ ଥିବା ଶବ ଉଦ୍ଧାର

0
137
ଗଳା କଟା ଚିହ୍ନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୨୭/୦୭) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ନିକଟସ୍ଥ ବେଲପଦର ଗ୍ରାମ ଛକ ନିକଟରେ ଗଳା କଟା ଚିହ୍ନ ଥିବା ଏକ ରକ୍ତ ଜୁଡୁବୁଡୁ ଶବ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ବେଲପଦର ରୁ କଣ୍ଟାବାଞ୍ଜି କୁ ଯିବା ସଡ଼କ ର ବେଲ ପଦର ଛକ ନିକଟରେ ବୁଧବାର ସକାଳୁ ଗଳା କଟା ଚିହ୍ନ ଥିବା ଉକ୍ତ ଶବ ଲୋକେ ଦେଖି ପୋଲିସ କୁ ସୂଚନା ଦେଇଥିଲେ । ପାଖରେ କୌଣସି ଦୁର୍ଘଟଣା ଜନିତ ଗାଡି କିମ୍ବା ଦୁର୍ଘଟଣା ର ଚିହ୍ନ ନ ଥିବା ଏବଂ ଶବ ର ବେକ ପାଖରେ ତଣ୍ଟି କାଟିବା ଚିହ୍ନ ଥିବାରୁ ଗ୍ରାମବାସୀ ହତ୍ୟା ସନ୍ଦେହ କରିଛନ୍ତି । ତେବେ ଟିଟିଲାଗଡ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ପାରିପାର୍ଶ୍ଵିକ ସ୍ଥିତି କୁ ଅନୁଧ୍ୟାନ କରି ସବିଶେଷ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।