ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ

ରିପୋର୍ଟ: ଚିତ୍ତରଞ୍ଜନ ବାଗ
କଳାହାଣ୍ଡି(୧୭/୦୭): କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଛିଲିପା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଛିଲିପା ଗ୍ରାମର ଥବିର ନାଏକ (୩୦) ନିଜ ପେଟ ପାଟଣା ପାଇଁ ବମ୍ବେ ଲଡୁ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି |

ତେବେ ଆଜି ସକାଳ ସମୟରେ ବ୍ୟବସାୟ ପାଇଁ ବମ୍ବେ ଲଡୁ ତିଆରି କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି | ତେବେ ପରିବାର ଲୋକେ ତାଙ୍କୁ ଧର୍ମଗଡ ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି | ଧର୍ମଗଡ ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛି |

Comments are closed.