ଜିଲ୍ଲା ସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ

0
140
ଜିଲ୍ଲା ସ୍ତରୀୟ

ଦେଶ ଉନ୍ନତି ର ଆଧାର – ବିଦ୍ୟୁତ
ପ୍ରକୃତି ର ସୁରକ୍ଷା ହିଁ ଶକ୍ତିର ସୁରକ୍ଷା :
ଉପଭୋଗ ନୁହେଁ ବରଂ ଉପଯୋଗ ଓ ଉପଲବ୍ଧି ଦ୍ୱାରା ହିଁ ଅମୃତକାଳ ସମ୍ଭବ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୭) : ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ୱଳ ଭାରତ-ଉଜ୍ଜ୍ଵଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଦ୍ୟୁତ ଉତ୍ସବ ନୂତନ ଟାଉନ ହଲ ସୋନପୁର ଠାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ସଂସ୍ଥା ସମୂହ ଏନ ଟି ପି ସି, ଓ ପି ଟି ସି ଏଲ, ଟି ପି ଓ ଡବ୍ଲୁ ଡି ଏଲ ଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି lWhatsApp Image 2022 07 27 at 8.26.46 PM 2 ଜିଲ୍ଲା ସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ

ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିଦ୍ୟୁତ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର ପ୍ରମୁଖ ଯୋଗଦାନ କରିଥିଲେ l ଏହି ମହୋତ୍ସବ ଦେଶ ର ଜନସାଧାରଣଙ୍କ ନିମନ୍ତେ ସମର୍ପିତ, ଯେଉଁମାନଙ୍କ ପ୍ରଚେଷ୍ଟାରେ ଭାରତ ଏହି ବିକାଶ ମୂଳକ ଯାତ୍ରାରେ ସଫଳତାର ଶୀର୍ଷରେ ପହଞ୍ଚିବାରେ ସକ୍ଷମ ହୋଇପାରିଛି l

ନୂତନ ଜ୍ଞାନ କୌଶଳ ର ବିନିଯୋଗ ସହ ଦକ୍ଷ ଭାବେ ଉପୋଭୋକ୍ତା ଙ୍କୁ ଗୁଣାତ୍ମକ ଓ ନିରବିଛିନ୍ନ ବିଦ୍ୟୁତ ସେବା ଯୋଗାଣ ପୂର୍ବକ ଶକ୍ତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ କରାଯାଇ ପାରିଛି l ଭବିଷ୍ୟତ ଶକ୍ତି ସଂରକ୍ଷଣ ପାଇଁ ଆମ ସମସ୍ତଙ୍କୁ ପ୍ରକୃତି ର ସୁରକ୍ଷା ସହିତ ସଂରକ୍ଷଣ ର ଆବଶ୍ୟକତା ରହିଥିବା ମତ ବ୍ୟକ୍ତ କରିବା ସହ ଶକ୍ତି ର ବିନିଯୋଗ ଉପଭୋଗ ପାଇଁ ନ ହୋଇ ଉପଯୋଗ ଓ ଉପଲବ୍ଧି ନିମନ୍ତେ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଅତିଥି ବୃନ୍ଦ । ଉତ୍ସବ ର ଏକ ଅଂଶ ଭାବରେ ଶକ୍ତି ମନ୍ତ୍ରଣାଳୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ର ସହଯୋଗୀ ଭାବେ କାର୍ଯ୍ୟ କରିବା ସହ ଏହି ଉତ୍ସବ ଉଜ୍ଵଳ ଭାରତ ଉଜ୍ୱଳ ଭବିଷ୍ୟତ ଅନ୍ତର୍ଗତ ବିଦ୍ୟୁତ୍ କ୍ଷେତ୍ରର ପ୍ରମୁଖ ସଫଳତାକୁ ଆଲୋକିତ କରିପାରିଛି ।

ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ଦେଶରେ ୧୬୯ ଗିଗାୱାଟ୍ ବିଜୁଳି ଉତ୍ପାଦନ କ୍ଷମତା ଯୋଡି ହୋଇଛି, ଯାହାକି ଦେଶ ର ଶକ୍ତି ଅଭାବକୁ ଦୂର କରିବା ସହିତ ଦେଶକୁ ବଳକା ଶକ୍ତିରେ ପରିଣତ କରିପାରିଛି l ଦେଶରେ ୧. ୬ ଲକ୍ଷ କିଲୋମିଟର ଟ୍ରାନ୍ସମିଶନ ଲାଇନ ସଂଯୋଗ କରାଯାଇ ସମଗ୍ର ଦେଶକୁ ଏକ ଗ୍ରୀଡ଼ ଏକ ଫ୍ରୀକ୍ୟୁନସି ସହିତ ସଂଯୋଗ କରି ଦୁନିଆଁର ସବୁଠାରୁ ବଡ ଏକିକୃତ ଗ୍ରୀଡ଼ ଭାବରେ ସ୍ଥାପିତ ହୋଇପାରିଛି l ପୁନଶ୍ଚ ଶତ ପ୍ରତିଶତ ଗ୍ରାମ୍ୟ ବିଦ୍ୟୁତିକରଣ ଓ ଘରୋଇ ବିଦ୍ୟୁତିକରଣ କରାଯିବାର ଲକ୍ଷ୍ୟ କୁ ହାସଲ କରାଯାଇଛି ।WhatsApp Image 2022 07 27 at 8.26.46 PM ଜିଲ୍ଲା ସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ

ଦେଶ ତଥା ରାଜ୍ୟ ର ଶକ୍ତି ଭିତ୍ତି ଭୂମି ସହ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଦୃଢ ନିମନ୍ତେ ୨.୦୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳରେ ୨୦୧୫ ରେ ଥିବା ୧୨ ଘଣ୍ଟା ବିଦ୍ୟୁତ ଯୋଗାଣକୁ ବର୍ତ୍ତମାନ ହାରାହାରି ୨୨.୫ ଘଣ୍ଟାକୁ ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି l ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଅକ୍ଷୟଶକ୍ତି କ୍ଷମତା ୨୦୧୪ ରେ ଥିବା ୭.୬ ଗିଗାୱାଟ କୁ ଦ୍ଵିଗୁଣିତ ହୋଇଛି । ୨୦୨୧ରେ ୪୦% ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ମିଶ୍ରଣ ହାସଲ କରି ଭାରତ ବିଶ୍ୱସ୍ତରରେ ୪ର୍ଥ ସ୍ଥାନ ପାଇବା ସହ ବିଦ୍ୟୁତ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି ।

ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟୁତ ସୁରକ୍ଷା, ସଂରକ୍ଷଣ, ଜଳ ବିଦ୍ୟୁତ ସୁରକ୍ଷା ତଥା ବିଦ୍ୟୁତ ର ଭବିଷ୍ୟତ ସୁରକ୍ଷା ସମ୍ପର୍କିତ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ମାଧ୍ୟମରେ ପ୍ରଦର୍ଶନ କରାଯାଇଥିବା ବେଳେ ସୋନପୁର ନାଟ୍ୟ ଚକ୍ର ଦ୍ୱାରା ବିଦ୍ୟୁତ ସଂରକ୍ଷଣ ଓ ସୁରକ୍ଷା ଉପରେ ନୁକଡ଼ ନାଟକ ଓ ନିରାକାର ଦେହୁରୀ ଓ ସାଥୀଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା ।

ଉତ୍ସବରେ ଜିଲ୍ଲା ପାଇଁ ନିୟୋଜିତ ନୋଡାଲ ଅଧିକାରୀ ଏନ ଟି ପି ସି ର ସୁଧାଂଶୁ ଶେଖର ପ୍ରଧାନ, ଟି ପି ଓ ଡବ୍ଲୁ ଡି ଏଲ ର ସତ୍ୟ ରଞ୍ଜନ ସାହୁ, ଓପିଟିସିଏଲ ର ନିରଞ୍ଜନ ପଣ୍ଡା ତଥା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ର ଡେପୁଟି କଲେକ୍ଟର ପ୍ରୟାଶୀ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ବନମାଳି ପଣ୍ଡା ପ୍ରମୁଖଙ୍କ ପ୍ରତ୍ୟକ୍ଷ ସହଯୋଗ ରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟୁତ ବିଭାଗ ର ବିଭିନ୍ନ ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସ୍ଥାନୀୟ ଜନ ପ୍ରତିନିଧି, ଏସ ଏଚ ଜି ସଦସ୍ୟା, ବିଦ୍ୟୁତ ହିତାଧିକାରୀ, ଉପଭୋକ୍ତା, ବୁଦ୍ଧିଜୀବୀ, ସାମ୍ବାଦିକ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ l

ପ୍ରଦ୍ୟୁମ୍ନ କୁମାର ସାହୁ ଅତିଥି ସ୍ୱାଗତ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲପାଳ ସୁବର୍ଣ୍ଣପୁର ଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ର ସମସ୍ତ ପ୍ରକାର ସହଯୋଗରେ ଉତ୍ସବ ର ସଫଳତା ପାଇଁ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଟିପିଓଡବ୍ଲୁଡିଏଲ, ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଦେବା ସହ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।