Related Contents

ରାଇକିଆରେ ବିପଦଜନକ ଯାତ୍ରୀ ପରିବହନ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୧୬/୦୭): କନ୍ଧମାଳ ଜିଲ୍ଲାର ରାଇକିଆ ଅଂଚଳରେ ଉପଯୁକ୍ତ ଗମନା ଗମନ ବ୍ୟବସ୍ଥାର ଅଭାବ ପରିଲକ୍ଷିତ ହେଉଛି | ଆବଶ୍ୟକ ସଂଖ୍ୟକ ସରକାରୀ ବା ଘରୋଇ ଯାନବାହାନ ଚଳାଚଳ କରୁ ନ ଥିବାରୁ ଲୋକେ ବିପଦ ସଂକୁଳ ଅବସ୍ଥାରେ ଯା ଆସ କରୁଛନ୍ତି |

ଏପରି ଲୋକେ ଅଟୋ, ଟାଟା ମ୍ୟାଜିକ ଗାଡ଼ିରେ ବହୁ ସଂଖ୍ୟାରେ ଯା ଆସ କରୁଛନ୍ତି | କେତେବେଳେ ଯେ ଧନଜୀବନ ହୀନ ଘଟିବ ସେହି ଆଶଙ୍କା ଲାଗି ରହୁଛି | ବ୍ଲକ ର ବିଭିନ୍ନ ଉପାନ୍ତ ଓ ଦୁର୍ଗମ ଗ୍ରାମାଞ୍ଚଳର ରାଇକିଆକୁ ପ୍ରତ୍ୟେହ ଲୋକେ ନାନାଦି କାମରେ ଆସୁଛନ୍ତି | କେତେକ ଗାଡିର ଫିଟନେସ ମଧ୍ୟ ନାହିଁ | ଏହାକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ତଥା ଆରଟିଓଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯିବାକୁ ଆଲୋଚନା ହେଉଛି |

Comments are closed.