ମହନ୍ତ ଶ୍ରୀ ଗୋବର୍ଦ୍ଧନ ଦାସ ଜୀ ଙ୍କ ୧୫ତମ ମାଗତ୍ସଭ

0
156
ମହନ୍ତ ଶ୍ରୀ ଗୋବର୍ଦ୍ଧନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭ /୦୭) : ଆସନ୍ତାକାଲି ଗଜପତି ଜିଲ୍ଲା ର କାଶୀନଗର ଜଗନ୍ନାଥ ମନ୍ଦିର ଠାରେ ମହନ୍ତ ଶ୍ରୀ ଗୋବର୍ଦ୍ଧନ ଦାସ ଜୀ ଙ୍କ ୧୫ ତମ ଶ୍ରାଦ୍ଧ ତଥା ମାଗତ୍ସଭ ଅନୁଷ୍ଠିତ ହେବ ।

ସୂଚନା ମୁତାବକ ଗଜପତି ଜିଲ୍ଲା ର କାଶୀନଗର ସହର ରେ ଥିବା ଜଗନ୍ନାଥ ମନ୍ଦିର ର ପୂର୍ବତନ ମଠାଧୀଶ ତଥା ମହନ୍ତ ଶ୍ରୀ ଗୋବର୍ଦ୍ଧନ ଦାସ ଜୀ ଙ୍କ ୨୦୦୭ ମସିହାରେ ପରଲୋକ ହୋଇଥିଲା । ବୈଷ୍ଣବ ସମ୍ପ୍ରଦାୟ ପ୍ରକାରେ ମହନ୍ତ କିମ୍ବା ମଠାଧୀଶ ଙ୍କ ମୃତ୍ୟୁ ଓ ଶ୍ରାଦ୍ଧ କୁ ମାଗତ୍ସଭ କୁହାଯାଏ । ଆସନ୍ତା କାଲି ଗଜପତି ଓ ଗଞ୍ଜାମ ଉଭୟ ଜିଲ୍ଲା ର ବହୁ ସାଧୁ ସନ୍ଥ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବେ ଏବଂ ଭାଗବତ ପାରାୟଣ ମଧ୍ୟ ଅନୁଷ୍ଠିତ ହେବ ବୋଲି ବର୍ତ୍ତମାନ ର ମଠାଧୀଶ ଶ୍ରୀ ପଦ୍ମ ଚରଣ ଦାସ ଜଣାଇଛନ୍ତି ।