Related Contents

ଘଣ୍ଟ ବାହାଲ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ତାଲିମ ଶିବିର

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୧୬/୦୭): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଘଣ୍ଟ ବାହାଲ ଗ୍ରାମରେ ନାବାର୍ଡ ବଲାଙ୍ଗୀର ଓ ଚକାଡୋଳା ସ୍ବେଛାସେବୀ ଅନୁଷ୍ଠାନର ମିଳିତ ଅନୁକୁଲ୍ୟରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା |

ଜିତେନ୍ଦ୍ରିୟ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନାବାର୍ଡ ଡ଼ିଡ଼ିଏମ ଲକ୍ଷ୍ମଣ ସୋଏ, ଆର୍ଥିକ ପରାମର୍ଶ ଦାତା ଓ.ପି.ମୁଣ୍ଡ, ଏମ ବି କେ ନିଁଳେନ୍ଦ୍ରି ବାଗ, ବ୍ୟାଙ୍କ ମିତ୍ର ଉପସ୍ଥିତ ରହି ବ୍ୟାଙ୍କ ଋଣ ନେବା ଓ ଦେବା, ଏସ ଏଜ ଜି ର ଆର୍ଥିକ ଉନ୍ନତି ଏସ ଏଜ ଜି ର ସୁପରିଚାଳନା ଉପରେ ଉଲ୍ଲେଖ କରିଥିଲେ | ଶେଷରେ ଆଶିଷ କୁମାର ଖମାରି ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନେକ ଏସ ଏଜ ଜି ଗ୍ରୁପ ଯୋଗଦେଇଥିଲେ |

Comments are closed.