Related Contents

ଗୁଣୁପୁର ପୌର ପରିଷଦରେ ସ୍ୱଚ୍ଛ ଭାରତ ମିଶନ ଫେଲ

ରିପୋର୍ଟ: ପ୍ରଦୀପ ପାତ୍ର
ଗୁଣୁପୁର(୧୬/୦୭): ଗୁଣୁପୁର ପୌର ପରିଷଦରେ ସ୍ୱଚ୍ଛ ଭାରତ ମିଶନ ଫେଲ ହୋଇଛି । ପାର୍କ ଦୁର୍ନୀତିରେ ଛନ୍ଦି ହୋଇପଡିଥିବା ଗୁଣୁପୁର ମ୍ୟୁନିସିପାଲିଟି ଗୁଣୁପୁର ସହରରେ ଜାଗା ଜାଗାରେ କୁଢ଼ କୁଢ଼ ଆବର୍ଜନା ଜମି ରହୁଥିବା, ନାଳ ନର୍ଦ୍ଧମା ସଫେଇ କରିବାରେ ଅସମର୍ଥ ହୋଇପଡ଼ିଛି ।

ପୂର୍ବରୁ ସ୍ୱଚ୍ଛତା ପାଇଁ ରାଜ୍ୟ ଦରବାରରେ ପୁରସ୍କୃତ ହୋଇଥିବା ମ୍ୟୁନିସିପାଲିଟି ବର୍ତ୍ତମାନ ଗୁଣୁପୁର ସହରର ସ୍ୱଚ୍ଛ ଓ ସୁନ୍ଦର ବଜାୟ ରଖିବାରେ ଅସମର୍ଥ ପାଲଟିଛି । ଏ ନେଇ ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ଏବଂ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇବା ପରେ ମଧ୍ୟ ପ୍ରସାସନ ନିଘା ଦେଉ ନ ଥିବା ଅଭିଯୋଗ ହୋଇଛି । ଜାଗା ଜାଗାରେ ଡ଼ଷ୍ଟବିନର ଘୋର ଅଭାବ ଦେଖାଦେଇଛି । ଡ଼ଷ୍ଟବିନ ନ ଥିବା ଯୋଗୁଁ କୁଢ଼ କୁଢ଼ ଆବର୍ଜନା ଛକ ଛକରେ ପଡି ରହୁଛି ।

ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହ ଅଧିକାରୀ ଭାବଗ୍ରାହୀ ସାହୁଙ୍କ କଥା ତଳିୟା କର୍ମଚାରୀ ମ।ନୁ ନ ଥିବା , ସଫେଇ କର୍ମଚାରୀ ଅଭାବ, ଡ଼ଷ୍ଟବିନ ଅଭାବ ଯୋଗୁଁ ଏପରି ପରିସ୍ଥିତି ଉପୁଜିଥିବା ସାଧାରଣରେ ମତ ପ୍ରକାଶ ପାଇଛି । ତେଣୁ ବର୍ତ୍ତମାନର ପୌର ପରିଷଦର ଅଧକ୍ଷ ଦାୟିତ୍ବରେ ଥିବା ଗୁଣୁପୁର ଉପଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଗୁଣୁପୁରବାସୀ ଦାବି କରିଛନ୍ତି ।

Comments are closed.