Friday, March 29, 2024

Top 5 This Week

Related Posts

ରାଇସ ମିଲ ମାଲିକଙ୍କ ବେନିୟମ ତେଲମିଲ ନିର୍ମାଣ ଘଟଣା : ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୬/୭) : ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ) ର ନିର୍ଦ୍ଦେଶ ପରେ ବିନିକା ବ୍ଳକ ସିନ୍ଦୁରପୁର ରାଜସ୍ୱ ସର୍କଲ ଅନ୍ତର୍ଗତ ସର୍ଗୁଣା ମୌଜାରେ ୩ ଗୋଟି ପ୍ଲଟ ର (ଜମି) ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଭିଯୋଗ ଅନୁସାରେ ଜଣେ ରାଇସ ମିଲ ମାଲିକ ସର୍ବ ସାଧାରଣ ରାସ୍ତା, କରନାଲି, କେନାଲ ହିଡ଼ ଏବଂ ଭୂମିହିନ ଙ୍କ ପାଇଁ ସଂରକ୍ଷିତ ଜାଗା କୁ ଜୋର ଜବରଦସ୍ତି ଅବରୋଧ କରି ତେଲମିଲ ନିର୍ମାଣ କରୁଥିବା ଅଭିଯୋଗ ହୋଇଥିଲା ।WhatsApp Image 2022 07 27 at 11.18.12 AM ରାଇସ ମିଲ ମାଲିକଙ୍କ ବେନିୟମ ତେଲମିଲ ନିର୍ମାଣ ଘଟଣା : ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ରାଇସ ମିଲ ମାଲିକଙ୍କ କେତେକ ଜମି ଜବରଦଖଲ କରି ବେନିୟମ ତେଲମିଲ ନିର୍ମାଣ ଘଟଣାକୁ ନେଇ ସାର୍ଗୁଣା ଏବଂ ସାଲମାଟିକ୍ରା ର କିଛି ଚାଷୀ ଏବଂ ସ୍ଥାନୀୟ ବାସିନ୍ଦା ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ହାଇକୋର୍ଟ ର ଦ୍ୱାରସ୍ତ ହୋଇଥିଲେ । ୩ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଆଜି ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ସିନ୍ଦୁରପୁର ରାଜସ୍ୱ ନିରୀକ୍ଷକ ବିବେକା ତ୍ରିପାଠୀ, ବିନିକା ଥାନା ଅଧିକାରୀ ପବିତ୍ର ସାହୁ ପ୍ରମୁଖଙ୍କ ସମେତ ପୋଲିସ ଓ ରାଜସ୍ୱ ବିଭାଗ ଷ୍ଟାଫ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ସାର୍ଗୁଣା ମୌଜା ର ଖାତା ନଂ ୧୯୨ ର ପ୍ଲଟ ନଂ ୭୪୮, ୭୪୧, ୭୨୪ ର ସରଜମୀନ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା । ତେବେ ଆଜି ସମୟ ଅଭାବରୁ କେବଳ ଗୋଟିଏ ପ୍ଲଟ ଅର୍ଥାତ ୭୨୪ ପ୍ଲଟ ର ସରଜମିନ ଚି଼ହ୍ନଟ କରାଯାଇଛି । ଏହି ପ୍ଲଟ ର କିସମ ସର୍ବସାଧାରଣ ରାସ୍ତା ହୋଇଥୁବାରୁ ସର୍ବସାଧାରଣ ଙ୍କୁ ପ୍ରଦାନ କରାଗଲା । ଏହି ରାସ୍ତାରେ ପୂର୍ବରୁ କେତେକାଂଶରେ ଆମ୍ବଗଛ ରହିଥିବା ଜଣାପଡିଛି । ତେବେ ଆଉ ୨ଟି ପ୍ଲଟ ତହସିଲଦାର ଦିନଧାର୍ଯ୍ୟ କରିବା ପରେ ସରଜମିନ ଚି଼ହ୍ନଟ କରାଯିବ ବୋଲି ସୂଚନା ମିଳିଛି ।

ପ୍ରକାଶ ଥାଉ କି ଏହି ତେଲ କାରଖାନା ନିର୍ମାଣ ଯୋଗୁଁ ଆଖପାଖ ର ଚାଷ କାର୍ଯ୍ୟ ପ୍ରଭାବିତ ହେବାସହ ଚାଷୀ ଓ ତାଙ୍କ ପରିବାରର ଜୀବନ ଜୀବିକା ଦୁର୍ବିସହ ହେବାର ଆଶଙ୍କା ସୃଷ୍ଟି କରିଛି । ତେବେ ପ୍ରଶାସନ ଏହାକୁ ଗୁରୁତର ସହନେଇ ତୁରନ୍ତ ଉକ୍ତ ପ୍ଲଟ ଗୁଡ଼ିକର ସରଜମୀନ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

Popular Articles