Advertisements

ଗୁଣୁପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରାର ସମୀକ୍ଷା ବୈଠକ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୬/୦୭): ରଥଯାତ୍ରାର ଶେଷ ଦିବସରେ ଦେଖା ଦେଇଥିବା ବିଭ୍ରାଟକୁ କେନ୍ଦ୍ର କରି ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ବିଭ୍ରାଟ ପାଈଁ ସ୍ଥାନୀୟ ଦେବତ୍ତୋର ବିଭାଗ ଅଧିକାରୀ ତଥା ତହସିଲଦାରଙ୍କୁ ଦାୟୀ କରାଯାଇଥିଲା । ପ୍ରାରମ୍ଭରୁ ଶେଷ ଦିବସ ଯାଏଁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ କାର୍ଯ୍ୟରତ ଥାଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ତହସିଲଦାରଙ୍କ ପ୍ରତି ଏଭଳି ମତ ପ୍ରକାଶ ପାଇବା ଘଟଣାକୁ ସାଧାରଣରେ ନିନ୍ଦା ପ୍ରକଟ କରାଯାଇଛି ।

ଜଣେ ମହିଳା ଅଧିକାରୀ ଏତେ ବଡ଼ ଦାୟିତ୍ଵରେ ରହି ସାଧାରଣ ଜନତାଙ୍କ ସହଯୋଗ ବିନା କିଛି ଅଧିନସ୍ଥ ସରକାରୀ କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ତାଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଧେଶକୁ ନା ପସନ୍ଦ କରିଛନ୍ତି । ଏହି ଘଟଣା ପ୍ରଘଟ ହେବା ପରେ ଲୋକଙ୍କ ମଧ୍ୟରେ ରହିଥିବା ସକାରାତ୍ମକ ଓ ନକାରାତ୍ମକ ମନ ଭାବକୁ ଦୁର କରିବାକୁ ଯାଇ ଦାୟିତ୍ଵରେ ଥିବା ରାୟଗଡ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅମ୍ରିତ୍ ଋତୁରାଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଆହ୍ୱାନ କରିଥିଲେ । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଗତ ସଂଧ୍ୟାରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ, ପୌର ପରିଷଦ ଅଧିକାରୀ ଶ୍ରୀ ଭାଵଗ୍ରାହି ସାହୁ, ଗଣମାଧ୍ୟମ ପ୍ରତିନିଧି, ମନ୍ଦିର ସେବାୟତ ଓ ବୁଦ୍ଧିଜୀବି ଉପସ୍ଥିତ ଥିଲେ । ରଥଟଣା ଯିବା ସମୟରେ ଉପୁଜିଥିବା ତ୍ରୁଟି ଯୋଗୁଁ ପ୍ରଶାସନ ପକ୍ଷରୁ କିଛି ସମୟ ପାଇଁ ରଥ ଟଣା ବନ୍ଦ କରି ଦିଆଯାଇଥିଲା । ଫଳରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ସତ୍ୱେ ତହସିଲଦାର ସୁଶ୍ରୀ ନମ୍ରତା ମୋଦୀଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ଭୁୟସି ପ୍ରଶଂସା କରାଯାଇଛି ।

ଯଦି ତହସିଲଦାର ମହୋଦୟା ରଥଟଣାକୁ ଅଟକାଇବା ପ୍ରୟାସ କରିନଥାନ୍ତେ ତେବେ ଅଣାୟତ ହୋଇ ବଡ଼ଦାଣ୍ଡରେ ଗଡୁ ଥିବା ରଥ ଯୋଗୁଁ କିଛି ଅଘଟଣ ହୋଇଥାନ୍ତା ତେବେ ଏଥି ପାଈଁ କିଏ ଦାୟୀ ? ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା । ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ ଟ୍ରାଫିକକୁ ନିୟନ୍ତ୍ରଣ କରିବା ଲାଗି କରାଯାଇଥିବା ବ୍ଲୁ ପ୍ରିଣ୍ଟରେ ଦିଆଯାଇ ଥିବା ଗାର୍ଲସ୍ ହାଇ ସ୍କୁଲଠାରୁ ମେହନ୍ତର ସାହି ଦେଇ ଯାଇଥିବା ରାସ୍ତା ମଧ୍ୟରେ ଥିବା କଲ୍ଭର୍ଟକୁ ଭଙ୍ଗା ଯାଇଥିବାରୁ ଉତ୍କଟ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା କିନ୍ତୁ ଉପୁଜି ଥିବା ଟ୍ରାଫିକ ସମସ୍ୟା ପାଇଁ ତହସିଲଦାର ଏବଂ ସ୍ଥାନୀୟ ପୋଲିସ ପ୍ରଶାସନଙ୍କୁ ଦାୟୀ କରିବା କେତେ ଦୁର ଯଥାର୍ଥ ବୋଲି ପ୍ରଶ୍ନ ଉଠୁଛି ।

ଏଭଳି ସମସ୍ୟା ଉପୁଜି ନ ଥିଲେ ପୁର୍ବ ଦିନ ଗୁଡ଼ିକ ଭଳି ବାହୁଡା ଯାତ୍ରା ଦିନ ମଧ୍ୟ ସୁରୁଖୁରୁରେ ଯାତ୍ରା ସମ୍ପର୍ଣ୍ଣ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି । ଯାହା ହେଉ କାହା ନିର୍ଦ୍ଧେଶରେ ଏହି କଲ୍ଭର୍ଟ ଭଙ୍ଗା ଯାଇଛି ଏହାର ଏକ ଉଚ୍ଚ ସ୍ତରିୟ ତଦନ୍ତ କରିବେ ବୋଲି ଶ୍ରୀ ଋତୁରାଜ ପ୍ରତିଶୃତି ଦେଇଛନ୍ତି । ଆଗାମୀ ବର୍ଷ କୁ ହେବାକୁ ଥିବା ରଥଯାତ୍ରା ଯେଭଳି ସୁରୁଖୁରୁ ରେ ହୋଇପାରିବ ସେ ନେଇ ଶ୍ରୀ ଋତୁରାଜ ନିଜେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ବୋଲି ସୁଚନା ଦେଇଥିଲେ |
ପ୍ରକାଶ ଥାଉ କୀ ଗତ ବର୍ଷ ହୋଇଯାଇଥିବା ରଥଯାତ୍ରାର ଦାୟିତ୍ଵ ଶ୍ରୀ ଋତୁରାଜ ଗୁଣପୁର ଉପ ଜିଲ୍ଲାପାଳ ଭାବେ ରହିଥିବା ବେଳେ ତୁଲାଇ ଥିଲେ ଏବଂ ଏହା ଗୁଣପୁର ରଥଯାତ୍ରା ପରିଚାଳନା ଇତିହାସ ଅଧ୍ୟାୟରେ ଏକ ନୂତନତ୍ୱ ସୃଷ୍ଟି କରିଥିଲା । ଏଣୁ ଆଗାମୀ ଦିନ ପାଇଁ ଶ୍ରୀ ଋତୁରାଜଙ୍କ ଦ୍ୱାରା ପ୍ରସ୍ତୁତ କରାଯିବାକୁ ଥିବା ବ୍ଲୁ ପ୍ରିଣ୍ଟ ଯାତ୍ରା ପରିଚାଳନାକୁ ସୁଗମ କରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି |ଚଳିତ ରଥଯାତ୍ରାରେ କାର୍ଯ୍ୟକ୍ରମର କିଛିଟା ପରିବର୍ତ୍ତନ କରାଯାଇ ନୂତନତ୍ୱ କୁ ଆଣିବାରେ ପ୍ରୟାସ କରିଥିବା ପ୍ରଶାସନର ପଦକ୍ଷେପକୁ କିଛି ହୀନସ୍ୱାର୍ଥ ମନବୃତ୍ତି ରଖି ବିରୋଧ କରୁଥିବା ବ୍ୟକ୍ତି ବିଶେଷଙ୍କ ଯୋଗୁଁ ଯାତ୍ରା ସମୟରେ ଅନେକ ଅଘଟଣ ଦେଖାଯାଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବୈଠକ ଶେଷ ପର୍ଯ୍ୟାୟରେ ଗୁଣପୁର ଉପ ଜିଲ୍ଲାପାଳ ଦାୟିତ୍ଵରେ ଥିବା ପି.ଏ ଆଇ.ଟି.ଡ଼ି.ଏ ଶ୍ରୀ ଗୋରା ଚାନ୍ଦ ଗମାଙ୍ଗ ଆସି ବୈଠକରେ ଯୋଗ ଦେଇଥିଲେ ମଧ୍ୟ ଏହାଙ୍କ ଉପସ୍ଥିତିକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

Advertisements

Comments are closed.