ବାରଣାସୀ ହାଇସ୍କୁଲ : 5T ରେ ରୂପାନ୍ତରିତ ହେଲା ସତ କିନ୍ତୁ ପାଠ ପଢାରେ ଅବ୍ୟବସ୍ଥା

0
137
ବାରଣାସୀ ହାଇସ୍କୁଲ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୦୭) : ଗଜପତି ଜିଲ୍ଲା ର ସର୍ବ ପୁରାତନ କାଶୀନଗର ଠାରେ ଥିବା ବାରଣାସୀ ହାଇସ୍କୁଲ ଅବ୍ୟବସ୍ଥା ଘେରରେ ରହିଛି, ପାଠ ପଢାରେ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି ।WhatsApp Image 2022 07 26 at 6.57.09 PM 1 ବାରଣାସୀ ହାଇସ୍କୁଲ : 5T ରେ ରୂପାନ୍ତରିତ ହେଲା ସତ କିନ୍ତୁ ପାଠ ପଢାରେ ଅବ୍ୟବସ୍ଥା

ପ୍ରକାଶ ଥାଉ କି ବାରଣାସୀ ହାଇସ୍କୁଲ ଆସନ୍ତା ୨୦୨୭ ରେ ଏହି ବିଦ୍ୟାଳୟ କୁ ୭୫ ବର୍ଷ ପୂର୍ତ୍ତି ହେବ । ଏହି ବିଦ୍ୟାଳୟରେ ୧ ରୁ ୧୦ମ ଶ୍ରେଣୀ ଯାଏଁ ପାଠ ପଢା ହୁଏ । ମୋଟ ୭୦୦ ପିଲା ଏଠାରେ ଅଧ୍ୟୟନ କରନ୍ତି । ୩୦ ରୁ ଉର୍ଦ୍ଧ୍ୱ ଶିକ୍ଷକ ରହିଛନ୍ତି । ପୁଣି ଏହି ବିଦ୍ୟାଳୟ ଅଶି ଦଶକ ପର୍ଯ୍ୟନ୍ତ ଭଲ ଭାବେ ଚାଲିଥିଲା ତା’ ପର ଠାରୁ ବିଦ୍ୟାଳୟ ର ନାମ ତଳକୁ ତଳ ଖସି ଆସୁଛି ।

ଏହାର ମୁଖ୍ୟ ଫାଟକ କୁ ମରାମତି କରାଯାଉ ନାହିଁ । ନାମ ଫଳକ ମଧ୍ୟ ନାହିଁ । ସ୍କୁଲ ରେ ପକ୍କା ଗେଟ ନଥିବାରୁ ହାଇସ୍କୁଲ ହତା ଟି ଅସାମାଜିକ ବ୍ୟକ୍ତି ଙ୍କ ଚାରା ଭୂଇଁ ପାଲଟିଛି । ପିଲାଙ୍କୁ ଠିକ୍ ଭବେ ଶ୍ରେଣୀରେ ପାଠ ପଢା ଯାଉନାହିଁ । ୯ ମ ଓ ୧୦ ମ ଶ୍ରେଣୀକୁ ସିଟି ଶିକ୍ଷକ ଙ୍କ ଦ୍ଵାରା ପାଠ ପଢ଼ାଯାଉଛି । ସ୍କିମ ଅନୁଯାୟୀ ପାଠ ପଢା କିମ୍ବା ଉପକରଣ ର ବ୍ୟବହାର କରାଯାଇନାହିଁ । 5T ରେ ରୂପାନ୍ତରିତ ହୋଇଥିଲେ ସୁଧା କୌଣସି ପରିବର୍ତ୍ତନ ଲକ୍ଷଣ ଦେଖାଯାଉ ନାହିଁ । ଏଣୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ଜନତା ଓ ଅବିଭାବକ ମାନେ ଦାବି କରିଛନ୍ତି ।