ବିନିକାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା(୧୫/୦୭): ବିନିକା ବ୍ଲକ କାର୍ଯ୍ୟାଳୟ ରାଜୀବ ଭବନ ଠାରେ ଆଜି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଏଥିରେ ସମୁଦାୟ ୮୩ଟି ଅଭିଯୋଗ ହୋଇଥିବା ବେଳେ ବ୍ୟକ୍ତିଗତ ୭୬ଟି ଓ ସାମୁହିକ ସମସ୍ୟା ୫ଟି ଥିଲା |

ସେଥିମଧ୍ୟରୁ ୪୩ଟି ଅଭିଯୋଗ ଶୀଘ୍ର ସମାଧାନ ହୋଇଥିଲା | ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇବା ସମ୍ବନ୍ଧେ ୨ଟି ଅଭିଯୋଗ ଥିଲା | ଅନ୍ୟ ଅଭିଯୋଗ ଗୁଡିକ ଉପରେ ତର୍ଜମା କରି ପଦକ୍ଷେପ ନେବାପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ | ଏଥିରେ ଚରଦା କପିଳେଶ୍ୱର ମନ୍ଦିରକୁ ଓଡିଶା ପର୍ଯ୍ୟଟନ ବିଭାଗରୁ ଆସିଥିବା ଅନୁଦାନ ଖର୍ଚ୍ଚ ନ ହୋଇ ପଡିରହିଥିବା ବିଷୟରେ ଅଭିଯୋଗ ହେବାରୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ | କାଇଁତରା ଗ୍ରାମର ଜଂଗଲଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ଭୂମିହୀନ ମାନଙ୍କୁ ଘରଡ଼ିହ ପଟ୍ଟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବା ବିଜୁ ପକ୍କା ଘର, ରାସନକାର୍ଡ ଭତ୍ତା ଆଦି ବିଷୟ ନେଇ ଅଭିଯୋଗ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାସ, ସୋନପୁର ଉପ ଜିଲ୍ଲାପାଳ ବଳରାମ ମଲ୍ଲିକ, ସୋନପୁର ଜିଲ୍ଲା ଶିକ୍ଷାଧିକାରୀ ପୁଷ୍ପ ମିଞ୍ଜ, ସୋନପୁର ଡ଼ିଡ଼ିଏ ସନ୍ତୋଷ କୁମାର ଜେନା, ଡୁଙ୍ଗୁରିପାଲି ଡ଼ିଏଓ ଶ୍ରୀନିବାସ ମଲ୍ଲିକ, ବିନିକା ତହସିଲଦାର ଅଲେଖ ଘୁଟା,ବିନିକା ବନବିଭାଗ ରେଞ୍ଜର ପ୍ରେମରଜେ ଧାରୁଆ, ବିନିକା ୱେସ୍କୋ ଏସଡିଓ ରଶ୍ମିରଂଜନ ଜେନା, ବିଡ଼ିଓ ବିଶ୍ୱରଂଜନ ମଲ୍ଲିକ, ସନ୍ତୋଷ ପାଣିଗ୍ରାହୀ, ମୁଖ୍ୟ କିରାଣୀ ସତ୍ୟନାରାୟଣ ମିଶ୍ର ସମେତ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ |

Comments are closed.