Related Contents

ମୁକୁନ୍ଦପୁର ଘାଟିରେ ଦୁର୍ଘଟଣା, ଆହତ ବ୍ୟକ୍ତିଙ୍କୁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସ୍ଥାନାନ୍ତର

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼ (୧୫/୦୭): ଆଜି ରାୟଗଡ଼ ବ୍ରହ୍ମପୁର ମୁଖ୍ୟ ରାସ୍ତାର ମୁକୁନ୍ଦପୁର ଘାଟିରେ ଆଜି ସକାଳ ପ୍ରାୟ ୮.୩୦ସମୟରେ ଏକ ଦୁର୍ଘଟଣା ଘଟିଯାଇଛି | ଘଟଣାରୁ ପ୍ରକାଶ ଯେ ଗୁଣୁପୁର ବ୍ଲକର ଚିନାସାରି ଗ୍ରାମ ପଂଚାୟତର ଡାଂଗସିଙ୍ଗ ଗ୍ରାମର ବିନାୟକ ଶବର ଓ ସାଇପ ଶବର ତାଙ୍କର ଝିଅ ମେସିଲିଟା ଶବର ଯିଏ କି ରାୟଗଡାସ୍ଥ ଏକଲବ୍ୟ ମୋଡେଲ ସ୍କୁଲରେ ୭ମ ଶ୍ରେଣୀରେ ପଢୁଛି ତାକୁ ଧରି ଓ ଆର ୧୮ସି ୭୫୩୫ ମୋଟର ସାଇକେଲ ଯୋଗେ ମୁକୁନ୍ଦପୁର ଘାଟି ଚଢ଼ୁଥିବା ସମୟରେ ଅନ୍ୟ ଦିଗରୁ ଭ୍ୟାନଟିଏ ଆସୁଥିଲା |

ଘାଟିର ଏକ ବୁଲାଣି ପାଖରେ ଭ୍ୟାନଟି ମୋଟର ସାଇକେଲକୁ ଧକ୍କା ଦେଇ ଚାଲିଯାଇଥିଲା | ଘଟଣା ସ୍ଥଳରେ ବିନାୟକ ଓ ସାଇପକୁ ବହୁତ ଆଘାତ ଲାଗିଥିଲା | ରାସ୍ତାରେ ପଡିରହିଥିଲେ | ହେଲେ ସଳିତାକୁ ସାମାନ୍ୟ ଆଘାତ ଲାଗିଥିଲା | ସେ ମା ଓ ବାପାଙ୍କୁ ଜଗି ରହିଥିଲା ଘାଟି ଉପରେ, ଠିକ ଏହି ସମୟରେ ମୁକୁନ୍ଦପୁର ପଟୁ ରମାକାନ୍ତ ମହାପାତ୍ର ନାମକ ଏକ ବ୍ୟକ୍ତି ଘାଟି ଦେଇ ଆସୁଥିଲେ ଓ ଏହିପରି ଦୁର୍ଘଟଣା ଦେଖି ପ୍ରଥମେ ନିଜେ ଧରିଥିବା ବୋତଲରୁ ପାଣି ଦେଇଥିଲେ ଓ ପରେ ୧୦୮ଗାଡି ପାଇଁ ଯୋଗାଯୋଗ କରିଥିଲେ | ଠିକ ଏହି ସମୟରେ ରାୟଗଡ଼ରୁ ରାମନାଗୁଡ଼ା ଜନଶୁଣାଣୀକୁ ଖବର ସଂଗ୍ରହ ପାଇଁ ଆମ ଓଡିଶା ନ୍ୟୁଜ ୨୪ପ୍ରତିନିଧି ଅମୁଲ୍ୟ ନିଶଙ୍କ ଏହି ଦୁର୍ଘଟଣା ସ୍ଥଳରେ ପହଂଚି ଥିଲେ | କୋଲନରା ସ୍ଥିତ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରି ତାଙ୍କରି ଗାଡ଼ିରେ ରାୟଗଡା ଡାକ୍ତର ଖାନାକୁ ଚିକିତ୍ସା ନିମନ୍ତେ ପଠାଇଥିଲେ |

ରମାକାନ୍ତ ମହାପାତ୍ର ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ସହ ଡାକ୍ତରଖାନାକୁ ଯାଇ ଡାକ୍ତର ଖାନାରେ ଦାଖଲ କରିଥିଲେ | ଓ ପି ଡି ନ ୫୩୮୫ ତାରିଖ ୧୫.୭.୨୦୧୯ଅନୁଯାଇ ସର୍ଜେରୀ ୱାର୍ଡ ବେଡ଼ ନ ୨୨ରେ ଦାଖଲ ହୋଇଥିଲେ |

ଡାକ୍ତର ବିରେନ କୁମାର ନାୟକ ଚିକିତ୍ସା କରିଥିଲେ | ବିନାୟକଙ୍କ ଗୋଡ଼ରେ ବହୁତ ଆଘାତ ଲାଗି ଥିବାରୁ ତାହାର ଅପରେଶନ ନିମନ୍ତେ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି | ଏହି ଦୁର୍ଘଟଣା ସମ୍ପର୍କରେ ଏସ ପିଙ୍କୁ ଯୋଗାଯୋଗ ପରେ ଏସ ପିଙ୍କ ନିର୍ଦେଶ ପରେ ମୁକୁନ୍ଦପୁର ଥାନା ଅଧିକାରୀ ଶ୍ରୀ ପାଣି ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ବାଇକକୁ ମୁକିନ୍ଦ ପୁର ଥାନାକୁ ନେଇ ରଖିଛନ୍ତି | ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି କିନ୍ତୁ ଏହି କାମ କେବେ ଶେଷ ହେବ ତାହା କେବଳ ପ୍ରଶ୍ନ ବାଚୀ ହୋଇ ରହିଛି |

Comments are closed.