ଧଳପୁର PHC ଠାରେ ମାନସିକ ରୋଗୀ ଚିକିତ୍ସା କାର୍ଯ୍ୟକ୍ରମ

0
123
ଧଳପୁର PHC

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୬/୦୭) : ସ୍ୱାସ୍ଥ୍ୟ ସେବା ର ଉନ୍ନତି ଆଣିବା ପାଇଁ ଆଜି ଧଳପୁର PHC ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ରୋଗୀ ଚିହ୍ନଟ ଏବଂ ଚିକିତ୍ସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 07 26 at 8.38.28 AM ଧଳପୁର PHC ଠାରେ ମାନସିକ ରୋଗୀ ଚିକିତ୍ସା କାର୍ଯ୍ୟକ୍ରମ

ଉକ୍ତ କାର୍ଯ୍ୟକ୍ରମରେ ୩୦ ଜଣ ମାନସିକ ରୋଗୀଙ୍କୁ ମାନସିକ ରୋଗ ବିଶେଷଜ୍ଞ ଡ. ସ୍ଵାତି ମିଶ୍ର ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କୁ ଚିକିତ୍ସିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ସଫଳତା ର ସହ ଆୟୋଜନ କରିବା ପାଇଁ YCDA ସ୍ଵେଚ୍ଛାସେବୀ ଅନୁଷ୍ଠାନ ବୌଦ୍ଧ ପକ୍ଷ ରୁ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର କାର୍ଯ୍ୟରତ ୯ ଜଣ ସ୍ଵେଚ୍ଛାସେବୀ ଙ୍କ ସମେତ କାର୍ଯ୍ୟକ୍ରମ ସଂଯୋଜକ ରଞ୍ଜିତ ସିଂହ ଯୋଗ ଦେଇ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଉପଯୁକ୍ତ ସେବା ପ୍ରଦାନ ପାଇଁ ରୋଗୀ ମାନଙ୍କୁ ସହଯୋଗ କରିଥିଲେ । ଧଳପୁର PHC ରେ ଔଷଧ ପର୍ଯ୍ୟାପ୍ତ ପରିମାଣରେ ନ ରହୁଥିବାରୁ ରୋଗୀ ମାନେ ଅନେକ ସମୟରେ ଉପଯୁକ୍ତ ଚିକିତ୍ସା ରୁ ବଞ୍ଚିତ ହେଉଛନ୍ତି । ଏହାକୁ ଆଖିଆଗରେ ରଖି PHC ରେ ନିୟମିତ ସେବା ଜାରି ରଖିବା ଏବଂ ମାନସିକ ରୋଗୀ ର ସମସ୍ତ ଔଷଧ ଗଚ୍ଛିତ ରଖିବା ନିମନ୍ତେ ରୋଗୀ ପରିବାର ଏବଂ ସ୍ଵେଚ୍ଛାସେବୀ ମାନେ ମତ ରଖିଥିଲେ ।