ଦୀର୍ଘ ତିନି ମାସ ପରେ ରାମନାଗୁଡ଼ା ବ୍ଲକରେ ଯୁଗ୍ମ ଅଭିଯୋଗ ଜନଶୁଣାଣୀ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼( ୧୫/୦୭): ରାୟଗଡ଼ ଜିଲ୍ଲା ରାମନାଗୁଡା ବ୍ଳକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଦୀର୍ଘ ୩ମାସର ବ୍ୟବଧାନ ପରେ ଆଜି ଯୁଗ୍ମ ଅଭିଯୋଗର ଶୁଣାଣି ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ପ୍ରକଳ୍ପ ନିର୍ଦେଶକ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ଶ୍ରୀ ଅମ୍ରିତ ରୁତୁରାଜଙ୍କ ଦ୍ୱାରା ଅଭିଯୋଗ ଶୁଣାଣି ହୋଇଯାଇଛି ।

ଏହି କାଯ୍ୟକ୍ରମରେ ରାୟଗଡା ଏସପି ଡାକ୍ତର ଶ୍ରବଣ ବିବେକ ଏମ, ଗୁଣୁପୁର ଆଇ ଟି ଡି ଏର ପ୍ରକଳ୍ପ ପ୍ରସାଶକ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ, ଏ ସି ଏଫ ଓ ଆଲୋକ ନାୟକ, ଏସଡିଭିଓ ଦେବେନ୍ଦ୍ର ନାଥ ବିଶ୍ୱାଳ, ସିଡିଏମଓ ଡା. ମମତା ସାହୁ, ରାମନାଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡାଗିଂ, ବିଡ଼ିଓ ସୁଧାକର ରୋଇତ, ତହସିଲଦାର ଜୟଶ୍ରୀ ମଲ୍ଲିକ ସମେତ ବ୍ଳକ ଏବଂ ଜିଲ୍ଲା ର ସମସ୍ତ ଉଚ୍ଚ ପଦାଧିକାରୀ ଯୋଗ ଦେଇଥିଲେ | ଆଜିର ଏହି ଅଭିଯୋଗ ପ୍ରକୋଷ୍ଠରେ ୪୨ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ୨୯ଗୋଟି ଏବଂ ସାମୁହିକ ୧୩ଗୋଟି ଥିଲା ।

Comments are closed.