Related Contents

“ଜଳ ଶକ୍ତି ଅଭିଯାନ” ସଚେତନତା ଶିବିର

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୫/୦୭): ବୈପାରୀଗୁଡା ବ୍ଲକ ସ୍ଥାନୀୟ ଗୁମ୍ମା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ କ୍ରାନ୍ତି ସିଂଙ୍କ ଅଧ୍ୟକ୍ଷତାରେ ଆୟାଜିତ ଜଳ ଶକ୍ତି ଅଭିଯାନ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈପାରୀଗୁଡା ଜଳ ବିଭାଗ ପକ୍ଷରୁ ସମର ବଲ୍ଲବ ମହାଙ୍କୁଡ଼ ଯୋଗ ଦେଇ ଜଳର ଉଚିତ ବିନିଯୋଗ କିପରି କରିବାକୁ ହେବ ତାହା ଉପସ୍ଥିତ ୧୬୩ଜଣ ଛାତ୍ରୀଙ୍କୁ ବୁଝିଇଥିଲେ |

ମୁଖ୍ୟ ବକ୍ତା ଭାବେ ବୈପାରୀଗୁଡା ମୃତ୍ତିକା ସଂଗ୍ରକ୍ଷଣ ଅଧିକାରୀ ଜଗନ୍ନାଥ ତ୍ରିପାଠୀ ଯୋଗ ଦେଇ ଅଗାମି ଦିନରେ ଜଳଅଭାବକୁ କିପରି ରୋକି ପରିବା ତାହା ବୁଝାଇଥିଲେ | ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଏଲ. ଶ୍ରୀନିବାସ ରାଓ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ | ଏହି ଅଵସରରେ ଛାତ୍ରୀ ମାନଙ୍କୁ ନେଇ “ବୃଷ୍ଟି ଜଳ ଅମଳ ଆବଶ୍ୟକତା ଅଛିକି ” ଶୀର୍ଷକ ବକୃତା, “ଜଳ ହିଁ ଜୀବନ” ଶୀର୍ଷକ ରଚନା ଓ ” ଜଳ ସୁରକ୍ଷା ଜୀବନ ରକ୍ଷା “ଶୀର୍ଷକ ଚିତ୍ରଅଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ | ଏହି ଅବସରରେ ଅତିଥିଙ୍କ ସହ ଅନୁଷ୍ଠାନର ସମସ୍ତେ ବିଦ୍ୟାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରିଥିଲେ |

Comments are closed.