Friday, March 29, 2024

Top 5 This Week

Related Posts

ଆରଟିଇ ରେ ଆଡ଼ମିସନକୁ ମନା କରୁଥିବା ସ୍କୁଲକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ସ୍ୱୀକୃତି ପ୍ରତ୍ୟାହାର ଚିଠି

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୬/୦୭) : ତା ୨୫ ରିଖ ୨୦୦୯ ଶିକ୍ଷା ଅଧିକାର ଆଇନ (ଆରଟିଇ) ଅନୁଯାୟୀ ଅବହେଳିତ ଶ୍ରେଣୀ ର ପିଲାଙ୍କ ପାଇଁ ସବୁ ସ୍କୁଲରେ ୨୫% ସିଟ ସଂରକ୍ଷଣ ବ୍ୟବସ୍ଥା ରହିଛି । ହେଲେ ଓଡିଶା ଅଭିଭାବକ ମହାସଂଘର ବହୁ ବାର ଧାରଣା, ଧର୍ମଘଟ, ଅନଶନ ପରେ ଗତବର୍ଷ ଏହି ଆଇନ କାର୍ଯ୍ୟକାରୀ ହୋଇ ମାତ୍ର ପାଞ୍ଚ ହଜାର ପିଲା ଆଡ଼ମିସନ କରିଥିଲେ ।WhatsApp Image 2022 07 25 at 7.50.53 PM 1 ଆରଟିଇ ରେ ଆଡ଼ମିସନକୁ ମନା କରୁଥିବା ସ୍କୁଲକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ସ୍ୱୀକୃତି ପ୍ରତ୍ୟାହାର ଚିଠି

ଏହି ଆରଟିଇ ଆଇନ ସଠିକ କାର୍ଯ୍ୟକାରୀ ହେଲେ ପାଖାପାଖି ବର୍ଷକୁ ସତୁରି ହଜାରରୁ ଅଧିକ ଗରିବ ପିଲା ଏହି ସୁବିଧା ପାଇବେ । ଏ ବର୍ଷ ମଧ୍ୟ ପ୍ରାୟ ପନ୍ଦର ହଜାର ପିଲା ଆଡ଼ମିସନ ପାଇଁ ପୋର୍ଟାଲରେ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଯୋଜନାରେ ତିନି ରୁ ସାତ ବର୍ଷ ମଧ୍ୟରେ ପିଲା ଉଭୟ ନର୍ସରୀ ଓ ପ୍ରଥମ ଶ୍ରେଣୀରେ ଆଡ଼ମିସନ ପାଇଁ ବ୍ୟବସ୍ଥା ରହିଛି । ହେଲେ ପ୍ରାଇଭେଟ ସ୍କୁଲ ମାନେ ଏହି ସ୍କିମରେ ଆଡ଼ମିସନ ପାଇଁ ଅଭିଭାବକ ଓ ପିଲାଙ୍କୁ ମନା କରୁଛନ୍ତି ।

ସରକାର ପାଗଳ, ଆମଠୁଁ ସବୁ ସାହାଯ୍ୟ ନେଲେ ପୁଣି କଣ ପାଇଁ ପିଲା ପଠାଉଛନ୍ତି, ଏପରି ମନ୍ତବ୍ୟ ଦେଇ ଅଭିଭାବକ ମାନଙ୍କୁ ନିରୁତ୍ସାହିତ କରି ଫେରେଇ ଦେଉଛନ୍ତି । ଭୁବନେଶ୍ୱରରେ ଏଥିପାଇଁ କିଛି ଅଭିଭାବକ ଘେରାଓ କରିଥିଲେ । ପୂର୍ବରୁ ବିଭାଗ ମଧ୍ୟ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ଯେଉଁ ସ୍କୁଲ ନିୟମ ମାନୁନି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ତାର ସ୍ୱୀକୃତି ପ୍ରତ୍ୟାହାର ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

ଭୁବନେଶ୍ୱର ବିଜେଇଏମ, ଖଣ୍ଡଗିରିର ଜାଭିୟାର ସ୍କୁଲ, ନାରାୟଣା, ଡି ଏ ଭି, ଓଡ଼ିଏମ ପରି ବହୁତ ସ୍କୁଲ ପିଲାଙ୍କୁ ଏହି ସ୍କିମରେ ଆଡ଼ମିସନ କରିବାକୁ ସଫା ସଫା ମନା କରିଦେଇଛି । ତେଣୁ ସେହି ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତା’ର ସ୍ୱୀକୃତି ପ୍ରତ୍ୟାହାର ପାଇଁ ବ୍ୟବସ୍ଥା କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ଦାବୀ କରିଛି । ଏପରି ସ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ମଧ୍ୟ ଶିକ୍ଷା ମନ୍ତ୍ରୀ ଓ ପ୍ରମୁଖ ସଚିବଙ୍କୁ ଦାବୀ ଜଣାଇସାରିଛି ଓଡ଼ିଶା ଅଭିଭାବକ ମହାସଂଘ ।

ଏହି ସ୍କିମରେ ନାମ ଲେଖା ହେଲେ ସାରା ଓଡ଼ିଶାରେ ଥିବା ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଏହାର ଭରପୁର ସୁଯୋଗ ନେଇପାରିବେ ବୋଲି ଏହି ଯୋଜନା ରାଜ୍ୟ ସରକାର କରିଥିଲେ । ତେଣୁ ସ୍କୁଲ ମାନେ ଆଡ଼ମିସନ କରିବାକୁ ମନା କରିବାରୁ ବାଧ୍ୟ ହୋଇ ଆସନ୍ତା ମଙ୍ଗଳବାର ତଥା ୨୬/୦୭/୨୦୧୨ ଦିନ ଓଡ଼ିଶା ଅଭିଭାବକ ମହାସଂଘ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ସଚିବ ବିଷ୍ନୁପଦ ସେଠୀଙ୍କ ସରକାରୀ ବାସଭବନ ଆଗରେ ଧାରଣା ଓ ଅନଶନ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା । ହେଲେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଖିଲାପକାରୀ ସ୍କୁଲ ମାନଙ୍କୁ ସ୍ୱୀକୃତି ପ୍ରତ୍ୟାହାର ପାଇଁ ଚିଠି କରିଛନ୍ତି ।WhatsApp Image 2022 07 25 at 7.50.53 PM ଆରଟିଇ ରେ ଆଡ଼ମିସନକୁ ମନା କରୁଥିବା ସ୍କୁଲକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ସ୍ୱୀକୃତି ପ୍ରତ୍ୟାହାର ଚିଠି

ଆଜି ବୃନ୍ଦାବନ ଶତପଥୀ, ନିର୍ଦ୍ଦେଶକ ଓ ଏହି ସ୍କିମ ଦାୟିତ୍ୱରେ ଥିବା ଉପ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ପାଣିଗ୍ରାହୀଙ୍କ ସହିତ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, କୋଷାଧ୍ୟକ୍ଷ ସତ୍ୟଜିତ ଦାସଙ୍କ ସହିତ କିଛି ଅଭିଭାବକଙ୍କ ଆଲୋଚନା ପରେ ସେମାନଙ୍କୁ ସାତ ଦିନର ମହଲତ ଦିଆଯାଇଛି । ତେଣୁ ଆସନ୍ତା ୨୬ ତାରିଖରେ ମନ୍ତ୍ରୀ ଓ ସଚିବଙ୍କ ଘର ସମୁଖରେ ହେବାକୁ ଥିବା ଆନ୍ଦୋଳନ ସ୍ଥଗିତ ରଖାଯାଇଛି ।

ଯଦି ସ୍କୁଲରେ ଏହି ସ୍କିମରେ ଅଭିଭାବକ ମାନଙ୍କୁ ଆଡ଼ମିସନରେ ଅସୁବିଧା ହୁଏ ପୁଣି ଆନ୍ଦୋଳନ କରାଯିବ । ପ୍ରକାଶ ଥାଉ କି ଆଜି ଏହି ସ୍କିମରେ କ୍ଷତିଗ୍ରସ୍ତ ଶତାଧିକ ଅଭିଭାବକ ମାନେ ଓଡ଼ିଶା ଅଭିଭାବକ ମହାସଂଘ ସହିତ ଅଭିଯୋଗ ଫର୍ଦ ଧରି ନତାଲା ଠାରେ ରୁଣ୍ଡ ହୋଇ ଥିଲେ । ଏହାକୁ ଦୁଷ୍ଟିରେ ରଖି ପୋଲିସ ଶାନ୍ତି ସହ ଆଲୋଚନା କରି ଆନ୍ଦୋଳନ କୁ ମହାସଂଘ ସ୍ଥଗିତ ରଖିବାକୁ ନିଷ୍ପତି ନେଇଥିଲେ ।

Popular Articles