ଦେବଗିରୀ ଶୈବପୀଠ ରେ କାଉଡ଼ିଆ ଙ୍କ ଭିଡ଼

0
290
ଦେବଗିରୀ ଶୈବପୀଠ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୫/୭) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଦେବଗିରୀ ଶୈବପୀଠରେ ଶ୍ରାବଣ ମାସ ର ଦ୍ୱିତୀୟ ସୋମବାରରେ ଆଜି ସର୍ବ ପୁରାତନ ପ୍ରସିଦ୍ଧ ଐତିହାସିକ ଦେବଗିରୀ ଶୈବପୀଠ ।

ଏହି ପାହାଡ଼ରେ ଶ୍ରୀ ପଞ୍ଚମୁଖୀ ନୀଳକଣ୍ଠେଶ୍ୱର ମନ୍ଦିର ଅବସ୍ଥିତ । ଦକ୍ଷିଣ ଓଡ଼ିଶା ର ସର୍ବ ଶ୍ରେଷ୍ଠ ଦେବଗିରୀ ଶୈବପୀଠ ଧାମରେ କାଉଡ଼ିଆ ଭକ୍ତ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । କୋଭିଡ୍ କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ଧରି କଟକଣା ଲାଗୁ ରହିଥିଲା । ବର୍ତ୍ତମାନ ଭକ୍ତଙ୍କ ଦର୍ଶନ ପାଇଁ କଟକଣା ନ ଥିବାରୁ କାଉଡ଼ିଆ ମାନେ ବେଶ୍ ଉତ୍ସାହ ଓ ଭକ୍ତି ଭାବନାର ସହ ପ୍ରଭୁ ଦେବାଧିଦେବ ମହାଦେବ ପଞ୍ଚମୁଖୀ ନୀଳ କଣ୍ଠେଶ୍ୱର ଙ୍କ ଠାରେ ଜଳାଭିଷେକ କରିଛନ୍ତି ।

ଆଜି ଦେବଗୀରି ଶୈବପୀଠରେ ଅନୁଗୁଳ କୋରାପୁଟ, କଳାହାଣ୍ଡି, ଭବାନୀପାଟଣା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଜିଲ୍ଲା ର ଅନେକ ସ୍ଥାନରୁ ଶ୍ରଦ୍ଧାଳୁ ଆସି ଦର୍ଶନ କରିଛନ୍ତି । ମାନସିକ ରଖି ଦୂର ଦୁରାନ୍ତରୁ ଆସିଥିବା କାଉଡ଼ିଆ ମାନେ ନାଗାବଳୀ ନଦୀରୁ ଜଳ ଉଠାଇ ପ୍ରଭୁଙ୍କ ଠାରେ ଜଳାଭିଷେକ କରିଛନ୍ତି । ୫୪୫ ପାହାଚ ଅତିକ୍ରମ କରି ଭୋଳାବାବାଙ୍କୁ ଦର୍ଶନ କରିଥିବା ଦେଖିବାକୁ ମିଳିଛି । ଓଡ଼ିଶା ର ବିଭିନ୍ନ ଅଞ୍ଚଳ ର କୋଣ ଅନୁକୋଣରୁ ପ୍ରବଳ ମାତ୍ରାରେ ଭକ୍ତମାନେ ପାହାଡ଼ ଉପରକୁ ଖାଲି ପାଦରେ ୫୪୫ ପାହାଚ ଅତିକ୍ରମ କରି ଭୋଳାବାବାଙ୍କୁ ଦର୍ଶନ କରିଛନ୍ତି ।

ପାହାଡ଼ ଉପରେ ଥିବା ଗୋଟିଏ ଉଣା କୋଟିଏ କୁଣ୍ଡ, ଧୋବା ଧୋବୁଣି କୁଣ୍ଡ ର ମନଲୋଭ ଦୃଶ୍ୟ ଦେଖି ଆନନ୍ଦ ପାଇ ପାରିବେ । ଶିବ ରାତ୍ର ସମୟରେ ମହାଦୀପ ଲଗାଯାଇଥାଏ । ଏହି ମହାଦୀପ ଓ ହରିହର ଭେଟ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳେ । ରାୟଗଡ଼ା ଠାରୁ ୫୦ କିଲୋମିଟର ଦୂରରେ କଲ୍ୟାଣସିଂହପୁର ସ୍ଥିତ ଦେବଗିରୀ ଶୈବପୀଠ ଦର୍ଶନ ସ୍ଥଳୀ ।