ଗୋ ସମ୍ପଦ ଚିକିତ୍ସା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
167
ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୦୭) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ସିଧାମଦଙ୍ଗ ଗ୍ରାମ ପଞ୍ଚାୟତ ର ସି. ଏଚ. ଲକ୍ଷ୍ମୀ ପୁରରେ ଗୋ ସମ୍ପଦ ଚିକିତ୍ସା ଶିବିର ଅନୁଷ୍ଠିତ ହୋଯାଇଅଛି ।

ଗଜପତି ଜିଲ୍ଲା ମୁଖ୍ୟ ଗୋ ଚିକିତ୍ସା ଅଧିକାରୀ ଓ କାଶୀନଗର ମୋବାଇଲ୍ ଟିମ୍ ଏହି ଗ୍ରାମରେ ଏକ ଚିକିତ୍ସା ଶିବିର ଆୟୋଜନ କରିଥିଲେ । କିଛି ଗାଈଗୋରୁ ଙ୍କୁ ଚିକିତ୍ସା କରିବା ସହ ଆଗାମୀ ବର୍ଷା ଦିନ ପାଇଁ ଫାଟୁଆ ରୋଗ, ଚଞ୍ଚା ରୋଗ ପାଇଁ ସଚେତନ କରିଥିଲେ । ଗୋ ପାଳକ ମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରିଥିଲେ ।