ରଜକ ସମାଜର ବାର୍ଷିକ ଉତ୍ସବ

ରିପୋର୍ଟ:ଜଗନ କୁମାର ସେଠୀ
ଗଞ୍ଜାମ (୧୫/୦୭): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଧିନସ୍ଥ ଶାଳବଣ ମା ଯୋଡିକୟଂ ପୀଠ ଠାରେ ଖଲାଡି ମୁଠା ରଜକ ସମାଜର ବାର୍ଷିକ ଉତ୍ସବ ଓ ସଭାପତି ଚୟନ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଆଠଗଡ଼ ତାଲୁକା ସଭାପତି ଭାସ୍କର ସେଠି, ସମ୍ମାନିତ ଅତିଥି ଭାବେ ତାଲୁକାର ବିଭିନ୍ନ କର୍ମକର୍ତା ମାନେ ଯୋଗ ଦେଇଥିଲେ |

ମୁଠାର ନୂତନ ସଭାପତି ଭାବେ ଶ୍ରୀଯୁକ୍ତ ଯୋଗୀନ୍ଦ୍ର ସେଠୀଙ୍କୁ ମନୋନୀତ କରାଯାଇଥିଲା | ଉକ୍ତ ଉତ୍ସବରେ ମୁଠାର ଶିକ୍ଷକ ମାନଙ୍କୁ ସମାନ୍ନିତ କରାଯିବା ସହ ଦଶମ ଶ୍ରେଣୀ ଉତୀର୍ଣ୍ଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା | ମୁଖ୍ୟ ଅତିଥି ଓ ଆମନ୍ତ୍ରିତ ଅତିଥିଗଣ ନିଜ ଭାଷଣରେ ରଜକ ସମାଜର ଉନ୍ନତି ନିମନ୍ତେ ପ୍ରତ୍ୟେକ କର୍ମକର୍ତ୍ତାଙ୍କର ଯୋଗଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ସମାଜର ଅବହେଳିତ ବୃଦ୍ଧବୃଦ୍ଧା, ଗରିବ ଛାତ୍ରଛାତ୍ରୀଙ୍କ ପାଠପଢା,ଥଇଥାନ,ବାଲ୍ୟ ବିବାହ ଓ ଯୌତୁକ ପ୍ରଥାର ଘୋର ବିରୋଧ କରିଥିଲେ | କାର୍ଯ୍ୟକ୍ରମ ଶେଷରେ କୁନି କୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା | ଏହି କାଯ୍ୟକ୍ରମରେ ଆଞ୍ଚଳିକ ସାମ୍ବାଦିକମାନଙ୍କୁ ଅତିଥିରୂପେ ସମ୍ମାନିତ କରାଯାଇଥିଲା |

Comments are closed.