Related Contents

ବିନିକା ବ୍ଲକରେ ମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା(୧୪/୦୭): ବିନିକା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ପରିବହନ ଓ ଯୋଜନା ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ୧୯୫ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ, ୫୨ଜଣଂକୁ ମଧୁବାବୁ ପେନସନ ଯୋଜନା, ୫ଜଣଙ୍କୁ ଜାତୀୟ ପରିବାର କଲ୍ୟାଣ ଯୋଜନା, ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ବିବାହ ଆର୍ଥିକ ପ୍ରୋତ୍ସାହନ ରାଶି, ଗୋଟିଏ ଭାଗବତ ଟୁଙ୍ଗିକୁ ମାଇକ ସେଟ ପ୍ରଦାନ, ୧୫ଜଣଙ୍କୁ ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ କରାଯାଇଥିଲା |

ବିନିକା ବିଡ଼ିଓ ବିଶ୍ୱରଂଜନ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୋନପୁର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ, ତହସିଲଦାର ଅଲେଖ ଘୁଟା ଯୋଗଦେଇଥିଲେ | ସଭାକୁ ବିନିକା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଅଶ୍ୱିନୀ କୁମାର ପାଣ୍ଡେ ସଂଯୋଜନା କରିଥିବାବେଳେ ବଣ୍ଟନ ମେଳା କାର୍ଯ୍ୟକ୍ରମରେ ବ୍ଲକ ମୁଖ୍ୟ କିରାଣୀ ସତ୍ୟନାରାୟଣ ମିଶ୍ର, ପିଏ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସମେତ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ |

Comments are closed.