Related Contents

ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୧୯

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୧୩/୦୭): ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୧୯ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ଜର୍ଜ ଶ୍ରୀ ଯୁକ୍ତ ଅଶୋକ କୁମାର ପଣ୍ଡା ଗୋଟିଏ ଏମଏସିଟି କେଶ ଫଇସଲା କରି ୮,୮୦,୦୦୦ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି |

ସେହିଭଳି ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀ ପ୍ରଣୟ କୁମାର ଦାସ ଗୋଟିଏ ଏମଏସିଟି କେଶ ଫଇସଲା କରି ୧୦,୦୦୦ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି | ଏହି ଲୋକ ଅଦାଲତରେ ବ୍ୟାଙ୍କର ୩ଟି ପ୍ରାକ ମକଦ୍ଦମା ଫଇସଲା କରାଯାଇ ୧୪,୭୮,୯୧୮.୫୨ ଋଣ ଆଦାୟ କରିଛନ୍ତି | ସେହିଭଳି ବରିଷ୍ଠ ଦେବନୀ ଜର୍ଜ ଶ୍ରୀମତୀ ଏସ.ଶୁଭଲକ୍ଷ୍ମୀ ଗୋଟିଏ ଦୀଵାନୀ କେଶର ଆପୋଷ ଫଇସଲା କରିଛନ୍ତି | ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡ ଅଧିକାରୀ ଶ୍ରୀ ଅମିତ କୁମାର ବାରିକ ୪ଟି ଫୌଜଦାରୀ ମାମଲା, ୨ଟି ଚେକ ବାଉଁଶ ଫଇସଲା କେଶ କରିଛନ୍ତି ଓ ୪ଟି ଘରୋଇ ହିଂସା କେଶରେ ଆପୋଷ ମିଳାମିଶା କରିଛନ୍ତି | ଏହି ଲୋକ ଅଦାଲତରେ ସର୍ବମୋଟ ୩୮ଟି କେଶର ଫଇସଲା କରାଯାଇଛି | ଏହି ଲୋକ ଅଦାଲତ ରେ ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀଯୁକ୍ତ ବିକ୍ରମ ପ୍ରଧାନ, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡ ଅଧିକାରୀ ଶ୍ରୀ ଆର.କେ.ମହାପାତ୍ର ଓ ରେଜିଷ୍ଟାର ଶ୍ରୀ ମନୋରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ | ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ବେହେରା ଏହି ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ |

Comments are closed.