ରାୟଗଡା ଥାନାକୁ ପଥର ମାଡ଼, ଅଳ୍ପକେ ବର୍ତିଲେ ଏସପି, ମହିଳା ପୋଲିସ କର୍ମଚାରୀ ଆହତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୪/୦୭): ରାୟଗଡା ବିଧାନସଭାର ଫଳାଫଳ ଘୋଷଣା ପର ଠାରୁ ରାଜନୈତିକ ହିଂସା ଲାଗି ରହିଥିଲା ଘଟଣାରୁ ପ୍ରକାଶ ଯେ ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କ ବିଜୟ ପରଠାରୁ କଂଗ୍ରେସର ଆପାଳସ୍ବାମୀ କାଡ୍ରକା ପରାଜିତ ପ୍ରାର୍ଥୀଙ୍କ ମଧ୍ୟରେ ତିକତା ଲାଗି ରହିଥିଲା |

ପରାଜିତ ପ୍ରାର୍ଥୀଙ୍କ ଦୃଢ଼ ସମର୍ଥକ ହରିଶ ପଟ୍ଟନାୟକ ବିଧାୟକ ମକରନ୍ଦ ମୁଦୁଲିଙ୍କ ଜାତିଗତ ପ୍ରମାଣ ପତ୍ର ମାମଲା ଜାଲ ବୋଲି ଅଭିଯୋଗ କରି ହାଇ କୋର୍ଟର ମାମଲା ରଜୁ କରିବା ଦିନରୁ ତିକ୍ତତା ଲାଗି ରହିଥିଲା | ନୂଆସାହିର ଉମେଶ ଚନ୍ଦ୍ର ହିଆଲଙ୍କୁ ଅଞ୍ଜିଅପେଟା ଲୋକେ ଆକ୍ରମଣ କରିଥିଲେ | ଏହି ବିଷୟ ନେଇ ଥାନାର ଅଭିଯୋଗ କରିଥିଲେ | ସେଥିରେ ଦର୍ଶାଯାଇଛି ପରାଜିତ ପ୍ରାର୍ଥୀ ଅପ୍ପଳସ୍ୱସ୍ୱାମୀଙ୍କ ଇଙ୍ଗିତରେ ଏହି ଘଟଣା ଘଟିଛି ତେଣୁ ତାକୁ ତୁରନ୍ତ ଗିରଫ କରାଯାଉବୋଲି ନୁଆସାହିର ଶତାଧିକ ପୁରୁଷ ଓ ମହିଳା ଥାନା ଘେରାଓ କରିଥିଲେ ଓ ରାସ୍ତାରୋକ କରିଥିଲେ | ପରେ ଏଡ଼ପିଙ୍କ ବୁଝାସୁଝା ପରେ ଶାନ୍ତି ହୋଇଥିଲେ ଆପାଳସ୍ବାମୀଙ୍କୁ ଗିରଫ କରି ଥାନା କୁ ଆଣିବା ସମୟରେ ଥାନା ଫାଟକ ସମ୍ମୁଖରେ ଉତ୍ୟକ୍ତ ଲୋକେ ଗାଡି ଅଟକାଇଥିଲେ ଓ ଆଖି ବୁଝା ପଥର ବୋତଲ ମାଡ଼ ଥାନା ଉପରକୁ କରିଥିଲେ | ଏଥିରୁ ଏସପି ଅଳ୍ପକେ ବର୍ତ୍ତିଯାଇଥିଲେ କିନ୍ତୁ ମହିଳା ପୋଲିସ କର୍ମଚାରିଙ୍କ ସମତେ ପାଞ୍ଚ ଜଣ ଆହତ ହୋଇଛନ୍ତି |

Comments are closed.