ଡେମ୍ ରୁ ଖରିଫ ଚାଷ ପାଇଁ ଛଡ଼ାଗଲା ପାଣି

0
218
ଡେମ୍

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୪/୦୭) : ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଶଗଡ଼ିଆ କ୍ଷୁଦ୍ର ଜଳସେଚନ ଡେମ୍ ରୁ ଆଜି ପୂଜା ଅର୍ଚ୍ଚନା କରାଯାଇ ଚଳିତ ଖରିଫ ଚାଷ ପାଇଁ ଆଜି ଡେମ୍ ରୁ ୨ଟି ଗେଟ୍ ଖୋଲାଯାଇ କେନାଲ ମାଧ୍ୟମରେ ପାଣି ଛଡ଼ାଯାଇଛି ।WhatsApp Image 2022 07 24 at 5.17.46 PM ଡେମ୍ ରୁ ଖରିଫ ଚାଷ ପାଇଁ ଛଡ଼ାଗଲା ପାଣି

ଏହି ପ୍ରକଳ୍ପ ଦ୍ୱାରା ୫ ଶହ ଏକର ଚାଷ ଜମିକୁ ପାଣି ଯୋଗାଇ ଦିଆଯିବା ଫଳରେ ହରଭଙ୍ଗା, ବୁକେସିଙ୍ଗା, ଡିଆଁଘାଟ, କୁଡାସିଙ୍ଗା ଓ ସୁରୁଣ୍ଡି ଗ୍ରାମ ର ଚାଷୀ ମାନେ ଉପକୃତ ହେବେ । ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଇଂ ଗୁରୁପ୍ରସାଦ ପୃଷ୍ଟି ଙ୍କ ପରାମର୍ଶ କ୍ରମେ ବୌଦ୍ଧ ଜଳସେଚନ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଇଂ ସରୋଜ କୁମାର ସାଥୁଆ, ସହକାରୀ ଯନ୍ତ୍ରୀ ଇଂ ବିଭୁତି ପ୍ରସାଦ ମାଝୀ, ଇଂ ଭଗବାନ ବେହେରା ପ୍ରମୁଖ ଉପସ୍ଥିତ ରହି ଡେମ୍ ରୁ ଜଳ ନିଷ୍କାସନ କରିଥିଲେ । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଏବେ ଶଗଡ଼ିଆ ଜଳସେଚନ ଡେମରେ ଜଳସ୍ତର ବୃଦ୍ଧି ପାଉଛି । ପାଣି ଛଡ଼ାଯିବ ଫଳରେ ଏବେ ଚାଷକାର୍ଯ୍ୟ ଆଗେଇ ଚାଲିଛି ।