Friday, March 29, 2024

Top 5 This Week

Related Posts

ଆକ୍ସନ ମୂଡ଼ ରେ ଗୁଣପୁର ପୋଲିସ : ଟାର୍ଗେଟରେ ଲୁଟେରା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୪/୭) : କିଛି ଦିନ ର ବ୍ୟବଧାନ ପରେ ପୁଣି ନିଜ ଉପସ୍ଥିତ ଜାହିର କରିଛନ୍ତି ଲୁଟେରା ଗ୍ୟାଙ୍ଗ । ରାମନାଗୁଡା ବ୍ଲକ ଅନ୍ତର୍ଗତ ସାନ ଆଚବା ଗ୍ରାମରେ ଘଟିଛି ଏକ ବଡଧରଣର ଚୋରୀ । ବର୍ତ୍ତମାନ ଆକ୍ସନ ମୂଡ଼ ରେ ଗୁଣପୁର ପୋଲିସ ଆସିଯାଇଛି ।

ସାନ ଆଚବା ଗ୍ରାମ ର କୃଷ୍ଣଚନ୍ଦ୍ର ସାହୁ, ତାଙ୍କ ପତ୍ନୀ ସଂଘମିତ୍ରା ସାହୁଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର ଯାଇଥିଲେ । ଏହାର ସୁଯୋଗ ନେଇ ଲୁଟେରା ମାନେ ଘର କବାଟ ତାଡ଼ି ଘରେ ପଶିଥିଲେ ଏବଂ ଲୁହା ଆଲମାରି ଭାଙ୍ଗି ପ୍ରାୟ ୪୦ ଭରି ସୁନା ଗହଣା ସହ ରୁପା ଓ ନଗଦ ପ୍ରାୟ ୫୦୦୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । କୃଷ୍ଣଚନ୍ଦ୍ରଙ୍କ ଘର କବାଟ ଭାଙ୍ଗିଥିବା ଦେଖି ଗ୍ରାମବାସୀମାନେ କୃଷ୍ଣଚନ୍ଦ୍ରଙ୍କୁ ଫୋନ କରିଥିଲେ । କୃଷ୍ଣଚନ୍ଦ୍ର ଏ ସଂକ୍ରାନ୍ତରେ ଗୁଣପୁର ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଆକ୍ସନ ମୂଡ଼ ରେ ଆସିଯାଇଥିଲା ପୋଲିସ ।

ଗୁଣପୁର ଆଦର୍ଶ ଥାନାରେ କେସ ନମ୍ବର ୧୪୬/୨୦୨୨ ଅଣ୍ଡର ସେକ୍ସନ ୪୫୭/୩୮୦ ଆଇ ପି ସି ରେ କେସ ରୁଜ୍ଜୁ କରି ଥାନା ଅଧିକାରୀ ଆଶ୍ରିତା ଖାଲକୋ, ଏସ ଆଇ ଅଶୋକ ପାଢ଼ୀ ନିଜ ଟିମ୍ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ରାୟଗଡ଼ାରୁ ସାଇଣ୍ଟିଫିକ୍ ଟିମ ସହ ସନ୍ଧାନୀ କୁକୁର ଆଣି ଘଟଣାସ୍ଥଳରେ ଛାନଭିନ କରାଯାଇଥିଲା ।

ଅପରପକ୍ଷେ ଏ ଘଟଣାକୁ ନେଇ ଏକାଧିକ ଵ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ, ଲୁଟ ର ପର୍ଦାଫାସ ହୋଇଥିଲା । ଫଳରେ ମୁଖ୍ୟ ଅଭିଯୁକ୍ତ ସାନ ଆଚବା ଗ୍ରାମ ର ସହଦେବ ବାଉରୀ କୁ ପୋଲିସ ଗିରଫ କରିଛି । ସହଦେବ ର ବାପା ଶ୍ୟାମ ବାଉରୀ ଓ ବଡଭାଇ ନାରାୟଣ ବାଉରୀ ଫେରାର ଥିବା ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ଠାରୁ ୪୦୦ ଗ୍ରାମ (୪୦ ଭରି) ସୁନା ଅଳଙ୍କାର ସହ ନଗଦ ଟଙ୍କା ଜବତ ହୋଇଛି । ଗିରଫ ସହଦେବ ପୋଲିସ କସ୍ଟଡିରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ଦ୍ୟମ କରି ଚିକିତ୍ସିତ ହେଉଥିବା ପୋଲିସ ସୂଚନା ଦେଇଛି ।

ଜବତ ସମସ୍ତ ସୁନାଗହଣା ଓ ଟଙ୍କା ଆଜି ଆଡ଼ିସିନାଲ ଏସ. ପି., ଏଲ. କେ. ପଟ୍ଟନାୟକ, ଏସ. ଡ଼ି. ପି. ଓ ଅଜୟ ବାରିକ, ଆଇ. ଆଇ. ସି. ଆଶ୍ରିତା ଖଲକୋ, ଏସ. ଆଇ. ଅଶୋକ ପାଢ଼ୀ, ପଦ୍ମପୁର ଆଇ. ଆଇ. ସି. ସୁଶାନ୍ତ କୁମାର ତାଉଡିଆଙ୍କ ଉପସ୍ଥିତିରେ ଏକ ପ୍ରେସମିଟ କରି କୃଷ୍ଣଚନ୍ଦ୍ର ସାହୁଙ୍କୁ ପ୍ରଦାନ କରାଯାଇଛି । ଅତି ଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ନିଜର ସବୁ ଚୋରୀ ସୁନା ଗହଣା ଓ ଟଙ୍କା ଫେରିପାଇ କୃଷ୍ଣଚନ୍ଦ୍ର ପୋଲିସକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Popular Articles