ଶାନ୍ତିପୂର୍ଣ୍ଣ ଭାବେ ବାହୁଡା ଯାତ୍ରା ସମାପନ, ଆଜି ସୁନାବେଶରେ ଲୋକ ଗହଳି

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୧୩/୦୭): କନ୍ଧମାଳ ଜିଲ୍ଲା ରାଇକିଆ ମାଉସୀ ମା ମନ୍ଦିରରେ ୯ଦିନ ରହିବା ପରେ ଶୁକ୍ରବାର ଦିନ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା |

ସକାଳୁ ମାଉସୀ ମା ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ପରେ ତିନି ଠାକୁର ରଥରେ ବିଜେ ହୋଇଥିଲେ | ରାଇକିଆର ଆଖପାଖ ଅଂଚଳରୁ ରଥ ଟାଣିବା ପାଇଁ ଓ ପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ ହୋଇଥିଲା | ଆଜି ସୁନାବେଶ ହୋଇଥିବାରୁ ଲୋକଙ୍କ ଗହଳି ଅନେକ ବଢିଯାଇଥିଲା | ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ସହ ସୁରକ୍ଷା ଦାୟିତ୍ୱ ତୁଲାଇଥିଲେ |

Comments are closed.