Friday, March 29, 2024

Top 5 This Week

Related Posts

କାଶିପୁରରେ ହଇଜା ସଂକ୍ରମଣ ନିୟନ୍ତ୍ରଣ ଦିଗରେ ଉତ୍କଳ ଆଲୁମିନା ର ନିରନ୍ତର ପ୍ରୟାସ

ରିପୋର୍ଟ : ଗୋପୀନାଥ ଗୌଡ଼
ଭୁବନେଶ୍ୱର/ଟିକିରି, (୨୪/୦୭) : ଆଦିତ୍ୟ ବିର୍ଲା ଗ୍ରୁପ ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନେସନାଲ ଲିମିଟେଡ଼ ଜିଲ୍ଲା ପ୍ରଶାସନ ସହିତ ମିଶି କାଶିପୁରରେ ହଇଜା ସଂକ୍ରମଣ ନିୟନ୍ତ୍ରଣ କରିବା ଦିଗରେ ଏହାର ପାରୁପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଛି ।WhatsApp Image 2022 07 24 at 11.57.32 AM 1 କାଶିପୁରରେ ହଇଜା ସଂକ୍ରମଣ ନିୟନ୍ତ୍ରଣ ଦିଗରେ ଉତ୍କଳ ଆଲୁମିନା ର ନିରନ୍ତର ପ୍ରୟାସ

କାଶିପୁରରେ ହଇଜା ସଂକ୍ରମଣ ନିୟନ୍ତ୍ରଣ ଦିଗରେ ଉତ୍କଳ ଆଲୁମିନା ର ୟୁନିଟ ହେଡ଼ ଶ୍ରୀ ମଜହର ବେଗ, ଶ୍ରୀ ଦେବାଶିଷ କର, ବିଡ଼ିଓ କାଶୀପୁର, ଶ୍ରୀ ଶରତ ଚନ୍ଦ୍ର ଶବର, ତହସିଲଦାର କାଶିପୁରଙ୍କ ସହିତ ଟିକିରି ର ଝୋଡ଼ିଆ ସାହି ଏବଂ ଡୁଡୁକାବାହାଲ ର ସର୍ବାଧିକ ପ୍ରଭାବିତ ଅଞ୍ଚଳ ଗସ୍ତ କରି ପରିବାର ଗୁଡ଼ିକୁ ଜାରରେ ପ୍ୟାକିଂ ହୋଇଥିବା ପାନୀୟ ଜଳ ବଣ୍ଟନ କରିଥିଲେ ।

ପ୍ରତ୍ୟେକ ୨୦ ଲିଟର କ୍ଷମତା ବିଶିଷ୍ଟ ଶୁଦ୍ଧ ପାନୀୟ ଜଳ ଭର୍ତ୍ତି ହୋଇଥିବା ପ୍ରାୟ ୫୦୦ ୟୁନିଟ ଉଭୟ ଗ୍ରାମ ର ପ୍ରଭାବିତ ପରିବାର ଗୁଡିକ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏଥି ସହିତ ଉତ୍କଳ ଆଲୁମିନା ୭ ଟି ପାଣି ଟ୍ୟାଙ୍କର ଜରିଆରେ ୭ ଟି ଗ୍ରାମ (କାକୁଡ଼ିପଦର, ଗୁଗୁପୋଟ, ପାଞ୍ଚାଳୀ, ରାମୁଗୁଡା, ମାଇଲିଗୁଡା, ଟିକିରି ହରିଜନ ସାହି, ଡଙ୍ଗାଗୁଡ଼ା) ରେ ପାନୀୟ ଜଳ ଯୋଗାଇ ଦେଉଛି ।

ସର୍ବାଧିକ ପ୍ରଭାବିତ ଟିକିରି ଝୋଡ଼ିଆ ସାହି ଏବଂ ଡୁଡୁକାବାହାଲ ଗ୍ରାମକୁ ପରିଷ୍କାର କରାଯିବ ସହିତ ବ୍ଲିଚିଂ ପାଉଡ଼ର ପକାଯାଇ ବିଶୋଧନ କରାଯାଇଛି । ଉତ୍କଳ ଆଲୁମିନା ର ମାଇକ ବ୍ୟବସ୍ଥା ଥିବା ଏକ ଜନ ସଚେତନତା ସୃଷ୍ଟିକାରୀ ଭ୍ୟାନ୍ରୁ ହଇଜା ସଂକ୍ରମଣକୁ ରୋକିବା ଦିଗରେ ପାରିପାର୍ଶ୍ଵିକ ଗ୍ରାମ ଗୁଡିକରେ ସଚେତନତା ସୃଷ୍ଟି କରୁଛି । ଏହି ଭ୍ୟାନ୍ରୁ ରୋଗ ଏବଂ ଏହାର ନିରାକରଣ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଗ୍ରାମବାସୀଙ୍କୁ IEC (ଲିଫଲେଟ ଏବଂ ହ୍ୟାଣ୍ଡ ଆଉଟ) ବଣ୍ଟନ କରିବା ସହିତ ସେମାନଙ୍କୁ ସଚେତନ କରାଯାଉଛି ।

ଉତ୍କଳ ହସ୍ପିଟାଲରେ ହଇଜା ଆକ୍ରାନ୍ତ ଲୋକଙ୍କର ଚିକିତ୍ସା ନିମନ୍ତେ ୨୦ ଟି ଇଣ୍ଡୋର ଶଯ୍ୟା ସହିତ ୫୦ ଟି ଶଯ୍ୟା ସ୍ୱତନ୍ତ୍ର ଭାବରେ କାର୍ଯ୍ୟକ୍ଷମ ରହିଛି । ଡାକ୍ତର ମାନଙ୍କର ଏକ ଦଳ ରୋଗୀଙ୍କ ଚିକିତ୍ସା ନିମନ୍ତେ ନିରଳସ ଭାବରେ କାର୍ଯ୍ୟ କରୁଛନ୍ତି । ରୋଗୀଙ୍କୁ ମାଗଣାରେ ଚିକିତ୍ସା, ମାଗଣା ରହଣି, ମାଗଣା ଔଷଧ ଏବଂ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଗୁରୁତର ରୋଗୀଙ୍କୁ ଜରୁରୀ ଆବଶ୍ୟକତା କ୍ଷେତ୍ରରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବାକୁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ପ୍ରସ୍ତୁତ ରହିଛି ।WhatsApp Image 2022 07 24 at 11.57.32 AM କାଶିପୁରରେ ହଇଜା ସଂକ୍ରମଣ ନିୟନ୍ତ୍ରଣ ଦିଗରେ ଉତ୍କଳ ଆଲୁମିନା ର ନିରନ୍ତର ପ୍ରୟାସ

” ଆମେ ସବୁ ଦିଗରୁ ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଏବଂ ଏହି ହଇଜା ସଂକ୍ରମଣରୁ ଆମ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ସକାଶେ ଆମେ ସର୍ବୋତ୍ତମ ସମ୍ଭବ ସେବା ଯୋଗାଇ ଦେବୁ । ଏହି ସଙ୍କଟରୁ ଉଦ୍ଧାର ପାଇବାକୁ ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବରେ ଆମେ କାର୍ଯ୍ୟ କରୁଛୁ , ” ବୋଲି ଶ୍ରୀ ମଜହର ବେଗ, ୟୁନିଟ ହେଡ଼, ଉତ୍କଳ ଆଲୁମିନା କହିଛନ୍ତି ।

ଏକ ଦାୟିତ୍ୱ ସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ UIAL ଏହାର CSR ଏବଂ CR ଓ ସଷ୍ଟେନେବିଲିଟି ପ୍ରୟାସସମୂହ ଅଧୀନରେ ରାୟଗଡ଼ା ଓ କଳାହାଣ୍ଡି ଆଦି ୨ ଟି ଜିଲ୍ଲାରେ ଏହାର ପାରିପାର୍ଶ୍ଵିକ ବିକାଶ ମୂଳକ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହା ଦ୍ୱାରା ଉତ୍କଳ ଆଲୁମିନା ଏହି ୨ ଜିଲ୍ଲା ର ୨ ଟି ବ୍ଲକ ଅନ୍ତର୍ଗତ ୧୨ ଟି ଗ୍ରାମ ପଞ୍ଚାୟତ ର ୨୩୨ ଟି ଗ୍ରାମରେ ସେବା ଯୋଗାଇ ଦେଉଛି ।

ଶିକ୍ଷା, ସ୍ୱାସ୍ଥ୍ୟ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ସାମାଜିକ ପ୍ରସଙ୍ଗ ଗୁଡିକର ସମାଧାନ ଦିଗରେ ଦୃଷ୍ଟି ଦେବା ଆଦି ABG ର ୫ ଟି ମୂଳ ପ୍ରୟାସ ଅଧୀନରେ UIAL ମୋଟାମୋଟି ଭାବରେ ୨,୦୦,୦୦୦ ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । UIAL ର ଅନନ୍ୟ ବହୁଧା-ସହଭାଗୀ ଭିତ୍ତିକ ପ୍ରୟାସ ଗୁଡ଼ିକ ଆଜିକୁ ୨ ଦଶନ୍ଧିରୁ ଅଧିକ ସମୟ ଧରି ଜନ ଜୀବନକୁ ସମୃଦ୍ଧ କରି ଆସୁଅଛି ।

Popular Articles