ରିପୋର୍ଟ : ଗୋପୀନାଥ ଗୌଡ଼
ଭୁବନେଶ୍ୱର/ଟିକିରି, (୨୪/୦୭) : ଆଦିତ୍ୟ ବିର୍ଲା ଗ୍ରୁପ ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନେସନାଲ ଲିମିଟେଡ଼ ଜିଲ୍ଲା ପ୍ରଶାସନ ସହିତ ମିଶି କାଶିପୁରରେ ହଇଜା ସଂକ୍ରମଣ ନିୟନ୍ତ୍ରଣ କରିବା ଦିଗରେ ଏହାର ପାରୁପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଛି ।
କାଶିପୁରରେ ହଇଜା ସଂକ୍ରମଣ ନିୟନ୍ତ୍ରଣ ଦିଗରେ ଉତ୍କଳ ଆଲୁମିନା ର ୟୁନିଟ ହେଡ଼ ଶ୍ରୀ ମଜହର ବେଗ, ଶ୍ରୀ ଦେବାଶିଷ କର, ବିଡ଼ିଓ କାଶୀପୁର, ଶ୍ରୀ ଶରତ ଚନ୍ଦ୍ର ଶବର, ତହସିଲଦାର କାଶିପୁରଙ୍କ ସହିତ ଟିକିରି ର ଝୋଡ଼ିଆ ସାହି ଏବଂ ଡୁଡୁକାବାହାଲ ର ସର୍ବାଧିକ ପ୍ରଭାବିତ ଅଞ୍ଚଳ ଗସ୍ତ କରି ପରିବାର ଗୁଡ଼ିକୁ ଜାରରେ ପ୍ୟାକିଂ ହୋଇଥିବା ପାନୀୟ ଜଳ ବଣ୍ଟନ କରିଥିଲେ ।
ପ୍ରତ୍ୟେକ ୨୦ ଲିଟର କ୍ଷମତା ବିଶିଷ୍ଟ ଶୁଦ୍ଧ ପାନୀୟ ଜଳ ଭର୍ତ୍ତି ହୋଇଥିବା ପ୍ରାୟ ୫୦୦ ୟୁନିଟ ଉଭୟ ଗ୍ରାମ ର ପ୍ରଭାବିତ ପରିବାର ଗୁଡିକ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏଥି ସହିତ ଉତ୍କଳ ଆଲୁମିନା ୭ ଟି ପାଣି ଟ୍ୟାଙ୍କର ଜରିଆରେ ୭ ଟି ଗ୍ରାମ (କାକୁଡ଼ିପଦର, ଗୁଗୁପୋଟ, ପାଞ୍ଚାଳୀ, ରାମୁଗୁଡା, ମାଇଲିଗୁଡା, ଟିକିରି ହରିଜନ ସାହି, ଡଙ୍ଗାଗୁଡ଼ା) ରେ ପାନୀୟ ଜଳ ଯୋଗାଇ ଦେଉଛି ।
ସର୍ବାଧିକ ପ୍ରଭାବିତ ଟିକିରି ଝୋଡ଼ିଆ ସାହି ଏବଂ ଡୁଡୁକାବାହାଲ ଗ୍ରାମକୁ ପରିଷ୍କାର କରାଯିବ ସହିତ ବ୍ଲିଚିଂ ପାଉଡ଼ର ପକାଯାଇ ବିଶୋଧନ କରାଯାଇଛି । ଉତ୍କଳ ଆଲୁମିନା ର ମାଇକ ବ୍ୟବସ୍ଥା ଥିବା ଏକ ଜନ ସଚେତନତା ସୃଷ୍ଟିକାରୀ ଭ୍ୟାନ୍ରୁ ହଇଜା ସଂକ୍ରମଣକୁ ରୋକିବା ଦିଗରେ ପାରିପାର୍ଶ୍ଵିକ ଗ୍ରାମ ଗୁଡିକରେ ସଚେତନତା ସୃଷ୍ଟି କରୁଛି । ଏହି ଭ୍ୟାନ୍ରୁ ରୋଗ ଏବଂ ଏହାର ନିରାକରଣ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଗ୍ରାମବାସୀଙ୍କୁ IEC (ଲିଫଲେଟ ଏବଂ ହ୍ୟାଣ୍ଡ ଆଉଟ) ବଣ୍ଟନ କରିବା ସହିତ ସେମାନଙ୍କୁ ସଚେତନ କରାଯାଉଛି ।
ଉତ୍କଳ ହସ୍ପିଟାଲରେ ହଇଜା ଆକ୍ରାନ୍ତ ଲୋକଙ୍କର ଚିକିତ୍ସା ନିମନ୍ତେ ୨୦ ଟି ଇଣ୍ଡୋର ଶଯ୍ୟା ସହିତ ୫୦ ଟି ଶଯ୍ୟା ସ୍ୱତନ୍ତ୍ର ଭାବରେ କାର୍ଯ୍ୟକ୍ଷମ ରହିଛି । ଡାକ୍ତର ମାନଙ୍କର ଏକ ଦଳ ରୋଗୀଙ୍କ ଚିକିତ୍ସା ନିମନ୍ତେ ନିରଳସ ଭାବରେ କାର୍ଯ୍ୟ କରୁଛନ୍ତି । ରୋଗୀଙ୍କୁ ମାଗଣାରେ ଚିକିତ୍ସା, ମାଗଣା ରହଣି, ମାଗଣା ଔଷଧ ଏବଂ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଗୁରୁତର ରୋଗୀଙ୍କୁ ଜରୁରୀ ଆବଶ୍ୟକତା କ୍ଷେତ୍ରରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବାକୁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ପ୍ରସ୍ତୁତ ରହିଛି ।
” ଆମେ ସବୁ ଦିଗରୁ ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଏବଂ ଏହି ହଇଜା ସଂକ୍ରମଣରୁ ଆମ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ସକାଶେ ଆମେ ସର୍ବୋତ୍ତମ ସମ୍ଭବ ସେବା ଯୋଗାଇ ଦେବୁ । ଏହି ସଙ୍କଟରୁ ଉଦ୍ଧାର ପାଇବାକୁ ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବରେ ଆମେ କାର୍ଯ୍ୟ କରୁଛୁ , ” ବୋଲି ଶ୍ରୀ ମଜହର ବେଗ, ୟୁନିଟ ହେଡ଼, ଉତ୍କଳ ଆଲୁମିନା କହିଛନ୍ତି ।
ଏକ ଦାୟିତ୍ୱ ସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ UIAL ଏହାର CSR ଏବଂ CR ଓ ସଷ୍ଟେନେବିଲିଟି ପ୍ରୟାସସମୂହ ଅଧୀନରେ ରାୟଗଡ଼ା ଓ କଳାହାଣ୍ଡି ଆଦି ୨ ଟି ଜିଲ୍ଲାରେ ଏହାର ପାରିପାର୍ଶ୍ଵିକ ବିକାଶ ମୂଳକ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହା ଦ୍ୱାରା ଉତ୍କଳ ଆଲୁମିନା ଏହି ୨ ଜିଲ୍ଲା ର ୨ ଟି ବ୍ଲକ ଅନ୍ତର୍ଗତ ୧୨ ଟି ଗ୍ରାମ ପଞ୍ଚାୟତ ର ୨୩୨ ଟି ଗ୍ରାମରେ ସେବା ଯୋଗାଇ ଦେଉଛି ।
ଶିକ୍ଷା, ସ୍ୱାସ୍ଥ୍ୟ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ସାମାଜିକ ପ୍ରସଙ୍ଗ ଗୁଡିକର ସମାଧାନ ଦିଗରେ ଦୃଷ୍ଟି ଦେବା ଆଦି ABG ର ୫ ଟି ମୂଳ ପ୍ରୟାସ ଅଧୀନରେ UIAL ମୋଟାମୋଟି ଭାବରେ ୨,୦୦,୦୦୦ ରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । UIAL ର ଅନନ୍ୟ ବହୁଧା-ସହଭାଗୀ ଭିତ୍ତିକ ପ୍ରୟାସ ଗୁଡ଼ିକ ଆଜିକୁ ୨ ଦଶନ୍ଧିରୁ ଅଧିକ ସମୟ ଧରି ଜନ ଜୀବନକୁ ସମୃଦ୍ଧ କରି ଆସୁଅଛି ।