Thursday, March 28, 2024

Top 5 This Week

Related Posts

ଗୁଣପୁର ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ : ଲୁଟି ନେଲେ ୪୦ ଭରି ସୁନା ଗହଣା, ରୁପା ଓ ଟଙ୍କା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୩/୭) : ଗୁଣପୁର ଅଞ୍ଚଳରେ କିଛି ଦିନ ର ବ୍ୟବଧାନ ପରେ ପୁଣି ନିଜ ଉପସ୍ଥିତ ଜାହିର କରିଛନ୍ତି ଲୁଟେରା ଗ୍ୟାଙ୍ଗ । ରାମନାଗୁଡା ବ୍ଲକ ଅନ୍ତର୍ଗତ ଆଚବା ଗ୍ରାମରେ ଘଟିଛି ଏକ ବଡଧରଣର ଚୋରୀ

ଗୁଣପୁର ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ଆଚବା ଗ୍ରାମ ର କୃଷ୍ଣଚନ୍ଦ୍ର ସାହୁ, ତାଙ୍କ ପତ୍ନୀ ସଂଘମିତ୍ରା ସାହୁଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର ଯାଇଥିଲେ । ଏହାର ସୁଯୋଗ ନେଇ ଲୁଟେରା ମାନେ ଘର କବାଟ ତାଡ଼ି ଘରେ ପଶିଥିଲେ ଏବଂ ଲୁହା ଆଲମାରି ଭାଙ୍ଗି ପ୍ରାୟ ୪୦ ଭରି ସୁନା ଗହଣା ସହ ରୁପା ଓ ନଗଦ ପ୍ରାୟ ୫୦୦୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

କୃଷ୍ଣଚନ୍ଦ୍ରଙ୍କ ଘର କବାଟ ଭାଙ୍ଗିଥିବା ଦେଖି ଗ୍ରାମବାସୀ ମାନେ କୃଷ୍ଣଚନ୍ଦ୍ରଙ୍କୁ ଫୋନ କରିଥିଲେ । କୃଷ୍ଣଚନ୍ଦ୍ର ଆଜି ଏ ସଂକ୍ରାନ୍ତରେ ଗୁଣପୁର ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଗୁଣପୁର ଆଦର୍ଶ ଥାନା ଅଧିକାରୀ ଆଶ୍ରିତା ଖାଲକୋ ନିଜ ଟିମ୍ ସହ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିଛନ୍ତି । ଆଜି ରାୟଗଡ଼ାରୁ ସାଇଣ୍ଟିଫିକ୍ ଟିମ ସହ ସନ୍ଧାନି କୁକୁର ଆଣି ଘଟଣାସ୍ଥଳରେ ଛାନଭିନ ଜାରି ରହିଛି । ଅପରପକ୍ଷେ ଏ ଘଟଣାକୁ ନେଇ ଏକାଧିକ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

ଗତ କିଛି ଦିନ ହେଲା ଲୁଟେରା ମାନେ ଗୁଣପୁର ସହରାଞ୍ଚଳରେ ତାଲା ଭାଙ୍ଗି ଲୁଟପାଟ ଜାରି ରଖିଥିବା ବେଳେ ବର୍ତ୍ତମାନ ଗ୍ରାମାଞ୍ଚଳରେ ତାଲାବନ୍ଦ ଘରକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି । ରାତ୍ରୀକାଳୀନ ପୋଲିସ ପେଟ୍ରୋଲିଙ୍ଗ ଦ୍ଵାରା ହିଁ ଏଭଳି ଲୁଟପାଟକୁ ରୋକାଯାଇ ପାରିବ ବୋଲି ସାଧାରଣରେ ଦାବୀ ହେଉଛି । ତେବେ ପୋଲିସ କେବେ ଏହି ଲୁଟେରା ଦଳକୁ କାବୁ କରିବାରେ ସଫଳ ହେଉଛି ଦେଖିବାକୁ ବାକି ରହିଲା ।

Popular Articles