Related Contents

ବାଇକ ଦୁର୍ଘଟଣାରେ ୨ଜଣ ମୃତ ଓ ଜଣେ ଗୁରୁତର

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୧୩/୦୭): ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ସାତ କିମି ଦୂର ଚମ୍ପାଖାରି ଠାରେ ଗତ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ୨ମୃତ ଓ ଜଣେ ଆହତ ହୋଇଥିବା ଜଣାପଡିଛି |

ମୃତକମାନେ ହେଲେ ବନମାଳୀ ଚିକୁଡୁ, ସଞ୍ଜୟ କୁଟୁମା | ମୃତକଙ୍କ ଘର ଭେଜେଙ୍ଗିବେଡ଼ା ବୋଲି ଜଣାପଡିଛି | ଗତ ବିଳମ୍ବିତ ରାତିରେ ମାଥିଲିରୁ ଭେଜେଙ୍ଗିବେଡା ଫେରିବା ସମୟରେ ଚମ୍ପାଖାରି ନିକଟ ରାସ୍ତାର ସୁରକ୍ଷା କାନ୍ଥକୁ ପିଟି ଦେଇଥିଲା | ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ଓ ଜଣେ ଗୁରୁତର ଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରାଯାଇଛି | ସୂଚନା ଯେ ଗତ ୨ରୁ ୩ବର୍ଷ ଧରି ଲିଙ୍କନ କମ୍ପାନୀ ରୋଡ଼ କାମ କରିଆସୁଛି | କାମର ଅବହେଳା ଯୋଗୁଁ ଏପରି ବାରମ୍ବାର ଦୁର୍ଘଟଣା ଘଟିଥିବା ଜଣାପଡୁଛି | ଏନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି |

Comments are closed.