ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

0
142
ପ୍ରଧାନମନ୍ତ୍ରୀ ଫସଲ ବୀମା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୦୭) : କାଶୀନଗର ବ୍ଲକ ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଆୟୋଜକ CSC ଜନ ସେବା କେନ୍ଦ୍ର ଓ HDFC ବ୍ୟାଙ୍କ ସୌଜନ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କର୍ମଶାଳା ଆୟୋଜିତ ହୋଇଥିଲା ।

ଏଥିରେ ମୁଖ୍ୟ CSC ଜନ ସେବା କେନ୍ଦ୍ର ଜିଲ୍ଲା ପରିଚାଳକ ଭରତ ଚରଣ ବିବାକା, ସହକାରୀ ଜିଲ୍ଲା ପରିଚାଳକ ସୋରଜ କୁମାର ନନ୍ଦ, HDFC ବ୍ଲକ ସଂଯୋଜକ ରୋହନ କୁମାର ବେହେରା, କାଶୀନଗର VAW ଶୋଭନ କୁମାର ଜେନା ଏବଂ HDFC ସେଲସ ଅଫିସର ଦୀପ୍ତି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । କାଶୀନଗର ବ୍ଲକ ର ସମସ୍ତ VLE ଜନ ସେବା କେନ୍ଦ୍ର ପରିଚାଳକ ମନେ ଯୋଗ ଦେଇଥିଲେ । ଏହାର ଆଭିମୁଖ୍ୟ ହେଲା ପ୍ରତେକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା କରିପାରିବେ ।

ପ୍ରାକୃତିକ ବିପର୍ଯ୍ୟସ୍ତ ସମୟରେ ଫସଲ ହାନି ହେଲେ ବୀମା ରାଶି ପାଇବେ । ଏହା ଭାରତ ସରକାର ଏବଂ ଓଡିଶା ସରକାର କୃଷି ବିଭାଗ ଦ୍ଵାରା ପରିଚାଳିତ ଏହି ଯୋଜନା । ୨୦୨୨/୨୩ ଖରିଫ ପାଇଁ ସମସ୍ତ ଚାଷୀ ଏହାର ଲାଭ ପାଇ ପାରିବେ । ଆବେଦନ କରିବା ଶେଷ ତାରିଖ ଖରିଫ ୨୦୨୨ ୩୧ ଜୁଲାଇ ୨୦୨୨ । ଏହି ଯୋଜନା ପାଇଁ ଅଧିକ ସୂଚନା ପାଇବା ନିମନ୍ତେ ଟୋଲ ଫ୍ରି ନମ୍ବର ୧୮୦୦ ୧୬୬୦ ୭୦୦ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ ।