ବାଲିଗୁଡାରେ ବାହୁଡ଼ିଲେ ତିନି ଠାକୁର, ବାଲିଗୁଡା

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୧୩/୦୭): ନଅ ଦିନ ବ୍ୟାପି ଜଗତର ନାଥ ପ୍ରଭୁ ଜଗନ୍ନାଥ ମାଉସୀ ମା ଙ୍କ ମନ୍ଦିରରେ ରହିବା ପରେ ଶ୍ରୀ ମନ୍ଦିରକୁ ବାହୁଡ଼ାଯାତ୍ରା କରିଛନ୍ତି |

ବାଲିଗୁଡା ମାଉସୀ ମା ମନ୍ଦିରରେ ସକାଳୁ ରୀତି ନୀତି ଅନୁଯାୟୀ ପୂଜା ଅର୍ଚନା ପରେ ତିନି ଠାକୁରଙ୍କୁ ପହଣ୍ଡି ପରେ ତିନି ରଥ ରେ ବିଜେ ହୋଇଥିଲେ | ବାଲିଗୁଡା ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ତିନି ରଥରେ ଛେରା ପହଁରା କାର୍ଯ୍ୟ ସମାପନ ପରେ ତିନିଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା | ବାଲିଗୁଡାର ବିଭିନ୍ନ ଅଂଚଳରୁ ରଥଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଜନ ସମାଗମ ହୋଇଥିଲା | ବାଲିଗୁଡା ପୋଲିସ ପକ୍ଷରୁ ସହରରେ ଶାନ୍ତି ଶୁଙ୍ଖଳା ଓ ଟ୍ରାଫିକ ବ୍ୟବସ୍ତା ବନ୍ଦବୋସ୍ତ କରିଥିଲେ |

ସୁରକ୍ଷା ତଦାରଖ କରିଥିଲେ ଥାନା ଅଧିକାରୀ ପ୍ରଶାନ୍ତ ବେହେରା | ଅଗ୍ନିଶମ, ପାନୀୟ ଜଳ ବିଭାଗ ସାହାଯ୍ୟ କରିଥିଲେ | ମନ୍ଦିର ପରିଚାଳନା କମିଟି ସଦସ୍ୟ, ମହିଳା ସଂଘ, ଯୁବକ ସଂଘ ପର୍ଶୁରାମ ବାହିନୀ ସହଯୋଗରେ ରଥଯାତ୍ରା ସମାପନ ହୋଇଥିଲା |

Comments are closed.