Related Contents

ରାୟଗଡାରେ ରାଜନୈତିକ ପୂର୍ବ ଶତୃତାରୁ ଗୋଷ୍ଠି ସଂଘର୍ଷ, ୨ଆହତ ଓ ପୋଲିସର ଲାଠି ଚାର୍ଜ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୩/୦୭): ରାୟଗଡ଼ା ନୁଅସାହି ଆଞ୍ଜିଆ ପେଟା ମଧ୍ୟରେ ପୁର୍ବଶତୃତା ନେଇ ଗୋଷ୍ଟି ସଙ୍ଘର୍ଶରେ ଦୁଇ ଆହତ । ଆହତଙ୍କ ମଧ୍ୟରେ ନୁଆସାହିର ଉମେଶ ଚନ୍ଦ୍ର ହିଆଲ ଥିବା ବେଳେ ଆଞ୍ଜିଆ ପେଟାର ହରିଶ ପଟ୍ଟନାୟକ ମଧ୍ୟ ଆହତ ହୋଇଛନ୍ତି । ରାଜନୈତିକ ପୁର୍ବ ଶତୃତାକୁ ନେଇ ଏହି ଗୋଷ୍ଟି ସଙ୍ଘର୍ଶ ଘଟିଥିବା କୁହାଯାଉଛି ।

ଉଭୟଙ୍କ ପକ୍ଷରୁ ରାୟଗଡ଼ା ଥାନାରେ ମାମଲା ରୁଜୁ ହୋଇଛି । ଆଜି ନୁଆ ସାହିର ଶତାଧିକ ପୁରୁଷ ମହିଳା ହରିଶ ପଟ୍ଟନାୟକଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଥାନା ଭିତରକୁ ଧସେଇ ପସିଥିଲେ । ଏମିତିକି ଆଞ୍ଜିଆପେଟାର ନାରାୟଣ ନାମକ ଜଣେ ଯୁବକ ଅନ୍ୟ କୈଣସି କାରଣରୁ ଥାନାକୁ ଆସିଥିବା ବେଳେ ତାଙ୍କୁ ଆଜି ଥାନା ସମ୍ମୁଖରେ ନୁଆସାହିର ଯୁବକ ମାନେ ଆକ୍ରମଣ କରିଥିଲେ । ତୁରନ୍ତ ପୁଲିସ ପହଁଚି ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିଥିଲା । ଘଟଣାକୁ ନେଇ ଏବେ ମଧ୍ୟ ଉତେଜନା ଲାଗିରହିଛି । ରାୟଗଡ଼ା ଏସପି ଥାନାରେ ପହଁଚି ଲୋକଙ୍କୁ ବୁଝାସୁଝା କରୁ ଥିବା ବେଳେ ଉତ୍ୟକ୍ତ ଲୋକେ ପୁଲିସ ଏବଂ ଥାନା ଉପରକୁ ଟେକା ପଥର ମାଡ଼ ମାରଛନ୍ତି । ଫଳରେ ଏସପି ଏବଂ କିଛି ପୁଲିସ ଅଧିକାରି ଏଥିରେ ଆହତ ହୋଇଥିବା ଖବର ମିଲିଛି । ପରିସ୍ଥିତ ଅଣଆୟତ ହେବା ଯୋଗୁଁ ପୁଲସ ଲାଠି ଚାର୍ଜ କରିଛି ତେବେ ଘଟଣା ଅଧିକ ହେବାରୁ ସିଆରପିଏଫ ମୁତୟନ କରାଯାଇଛି । ତେବେ ଏନେଇ ଏସଡ଼ିପିଓ ତପନ ନାରାୟଣ ରଥ କହିଛନ୍ତି ଯେ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।

ତଦନ୍ତ ଜାରି ରହିଛି ଏଥିରେ ଯାହାର ସମ୍ପୃକ୍ତି ଜଣାପଡ଼ିବ ତାଙ୍କ ବିରୁଦ୍ଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଠାରେ ସୁଚନା ଯୋଗ୍ୟକି ହରିଶ ପଟ୍ଟନାୟକ ଗତ ନିର୍ବାନଚରେ ରାୟଗଡ଼ାର କଂଗ୍ରେସ ପ୍ରାର୍ଥୀ ଆପଲୁସ୍ୱାମୀ କାଡ଼୍ରାକାଙ୍କ ଦୃଢ଼ ସମର୍ଥକ ଭାବେ କାମକରୁଥିବା ବେଳେ ନବନିର୍ବାଚିତ ବିଧାୟକଙ୍କ ଜାତିଗତ ପ୍ରମାଣ ପତ୍ରକୁ ନେଇ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ସେହିଭଳି ଉମେଶ ଚନ୍ଦ୍ର ହିଆଲ ନୁତନ ବିଧାୟକ ମକରନ୍ଦ ମୁଦୁଲିଙ୍କ ଦୃଢ଼ ସମର୍ଥକ ହୋଇଥିବା ବେଳେ ହାଇକୋଟରେ ମାମଲା ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ତେଣୁ ଏହି ଗୋଷ୍ଠି ସଙ୍ଘର୍ଶ ରାଜନୈତିକ ପ୍ରେଣୋଦିତ ବୋଲି ଜଣାପଡ଼ୁଛି ।

ଘଟଣା ସ୍ଥଳରେ ଏସ ପି ପହଂଚି ବୁଝା ସୁଝା କରିଥିଲେ କିନ୍ତୁ ଉତ୍ୟକ୍ତ ଲୋକେ ଥାନା ଭିତରକୁ ପ୍ରବେଶ କରିବା ସହ ଗାଡିର କାଚ ଭାଙ୍ଗିଦେଇଥିଲେ ଓ ଟେକା ପଥର କାଚ ବୋତଲ ମାନ ଥାନା ଭିତରକୁ ଫିଙ୍ଗିଥିଲେ ଯଦ୍ୱାରା ପୋଲିସ ପୋଲିସ ଉତ୍ୟକ୍ତଙ୍କ ଉପରେ ଲାଠି ଚାଳନା କରିଥିଲେ | ଲାଠି ଚାର୍ଜ ପରେ ଛତ୍ର ଭଙ୍ଗ ଦେଇ ଉତ୍ୟକ୍ତ କାରୀମାନେ ଚାଲି ଯାଇଥିଲେ ହେଲେ କେତକ ବ୍ୟକ୍ତିଙ୍କୁ ପୋଲିସ କାବୁ କରି ଥାନାରେ ଅଟକ ରଖିଛି | ଘଟଣା ଉପରେ ନଜର ରଖି ବହୁ ପୋଲିସ ଫୋର୍ସ ସହରରେ ମୁତୟନ କରାଯାଇଛି |

Comments are closed.