Friday, March 29, 2024

Top 5 This Week

Related Posts

ଝାରବାହାଲି ଓଏଭି ଟପ୍ପର ହେଲେ ନସୀବ ମେହେର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୭) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଝାରବାହାଲି ଓଡିଶା ଆଦର୍ଶ ବିଦ୍ୟାଳୟ ର ନସୀବ ମେହେର ୯୬.୨ ପ୍ରତିଶତ ନମ୍ବର ହାସଲ କରି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଚଳିତ ବର୍ଷ ଝାରବାହାଲି ଓଏଭି ବିଦ୍ୟାଳୟ ର ୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୬ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ୯୫ ପ୍ରତିଶତରୁ ଅଧିକ ୨ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ, ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ୧୭ ଜଣ ଏବଂ ୮୦ ରୁ ୯୦ ପ୍ରତିଶତ ଭିତରେ ୩୩ ଜଣ ଛାତ୍ରଛାତ୍ରୀ ରହିଥିବା ଜଣାପଡିଛି । ପରୀକ୍ଷାରେ ପାସ କରିଥିବା ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ୮୦ ପ୍ରତିଶତ ରୁ କମ ନମ୍ବର ହାସଲ କରିଛନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା ନାରାୟଣଟିକିରା ଗ୍ରାମ ର ଯୁଧିଷ୍ଠିର ମେହେରଙ୍କ ପୁଅ ନସୀବ ମେହେରଙ୍କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଅଭିନନ୍ଦନ ଜଣାଇଥିବା ଜଣାପଡିଛି ।

Popular Articles