ରାୟଗଡା ଠାରେ ନୂତନ ଗୁଣ୍ଡିଚା ମନ୍ଦିରର ଶୁଭ ସ୍ଥାପନ

ରିପୋର୍ଟ: ଅମୁଲ୍ୟ ନିସଙ୍କ, ଗୋପୀନାଥ ଗୌଡ଼
ରାୟଗଡା(୧୩/୦୭): ଗତକାଲି ପବିତ୍ର ବାହୁଡ଼ାଯାତ୍ରା ଅବସରରେ ରାୟଗଡା ସହରର ସାରଳା ଛକ ଠାରେ ମହାପ୍ରଭୁ ଜଗନ୍ନାଥଙ୍କ ନୂତନ ଗୁଣ୍ଡିଚା ମନ୍ଦିର ନିମନ୍ତେ ବୈଦିକ ରୀତିନୀତି ଅନୁଯାଇ ପୂଜା ଅର୍ଚନା ରାଜପୁରୋହିତ ବାଲୁଙ୍କେଶ୍ୱର ଦାସଙ୍କ ଉପସ୍ଥିତରେ କରାଯାଇ ମହେନ୍ଦ୍ର ବେଳାରେ ଶୁଭ ସ୍ଥାପନ କରାଯାଇଥିଲା |

ବର୍ତ୍ତମାନର ଗୁଣ୍ଡିଚା ମନ୍ଦିର ଜନ ଗହଳି ପୂର୍ଣ୍ଣ ସ୍ଥାନରେ ରହିଥିବାରୁ ସମସ୍ତ ପ୍ରକାରର ଅସୁବିଧା ହେଉଥିବା ଦୃଷ୍ଟିରୁ ନୂତନ ଭାବେ ଗୁଣ୍ଡିଚା ମନ୍ଦିର ନିର୍ମାଣ ପାଇଁ ସାରଳା ଛକ ନିକଟରେ ଥିବା ଖୋଲା ଜାଗାରେ ଶୁଭ ଦିଆଯାଇଛି | ଏହି ଅବସରରେ ପ୍ରସାଶନିକ ଅଧିକାରୀ ଉପସ୍ଥିତ ରହିଥିଲେ | ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ଉପସ୍ଥିତିରେ ନୂତନ ମନ୍ଦିର ପାଇଁ ଶୁଭ ଦିଆଯାଇଥିଲା । ଖୁବଶୀଘ୍ର ନୂତନ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ ବୋଲି ଜଣାପଡିଛି |

Comments are closed.