Thursday, March 28, 2024

Top 5 This Week

Related Posts

ଜି. ଆଇ. ଇ. ଟି. ବିଶ୍ୱ ବିଦ୍ୟାଳୟରେ କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ଉଦ୍ଘାଟିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୩/୭) : ଆଜି ଜି. ଆଇ. ଇ. ଟି. ବିଶ୍ୱ ବିଦ୍ୟାଳୟ ଗୁଣୁପୁରରେ ୟୁ. ଜି. ସି. ନିର୍ଦ୍ଦେଶ ଅନୁସାରେ ବିଶ୍ୱ ବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ଗବେଷଣା ଓ ବିକାଶ କେନ୍ଦ୍ର ଉଦ୍ଘାଟିତ ହୋଇ ଯାଇଛି ।

ଏହି ଗବେଷଣା କେନ୍ଦ୍ର ଦ୍ୱାରା ଗବେଷଣାରତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ବୃନ୍ଦ ଉପକୃତ ହୋଇ ପାରିବେ । ଏହି ଉଦ୍ଘାଟନ ଉତ୍ସବରେ ଜି. ଆଇ. ଇ. ଟି. ବିଶ୍ୱ ବିଦ୍ୟାଳୟ ର କୁଳପତି ଡ଼ଃ ଗୌତମ ଘୋଷ ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ରେଜିଷ୍ଟ୍ରାର ଡ଼ଃ ଏନ. ଭି. ଜେ. ରାଓ, ଡିନ ଏକାଡେମୀସ ଡ଼ଃ ଏ. ଭି. ଏନ.ଏଲ. ଶର୍ମା, ଡିନ ଡ଼ଃ ଏ. ବି. ଶ୍ରୀନିବାସ ରାଓ, ପରୀକ୍ଷା ନିରୀକ୍ଷକ ଡ଼ଃ. ପି. ବିଜୟ କୁମାରଙ୍କ ସମେତ ବିଭିନ୍ନ ବିଭାଗ ର ଡ଼ିନ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ ।

Popular Articles