ରାୟଗଡା ଜ଼ିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ ବାହୁଡ଼ାଯାତ୍ରା ସମାପନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡା(୧୩/୦୭): ମହାପ୍ରଭୁ ଜଗନ୍ନାଥ ଭଉଣୀ ସୁଭଦ୍ରା ଓ ବଡ଼ ଭାଈ ବଳଭଦ୍ର ନବ ଦିନର ଯାତ୍ରା ସମାପ୍ତ କରି ବାହୁଡ଼ାଯାତ୍ରାରେ ନିଜ ମନ୍ଦିରକୁ ଫେରିଛନ୍ତି | ଏହି ବାହୁଡ଼ାଯାତ୍ରା ଶାନ୍ତି ପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି |

ଆଜିର ଏହି ବାହୁଡ଼ାଯାତ୍ରା ଅବସରରେ ରାୟଗଡା ସହର ଉତ୍ସବ ମୁଖରିତ ହୋଇଥିଲା | ମାଉସି ମା ମନ୍ଦିରରୁ ଶ୍ରୀମନ୍ଦିର ସମ୍ମୁଖକୁ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି | ପ୍ରଥମେ ମଙ୍ଗଳ ଆଳତି ନୀତି ପରେ ତଡପ ଲାଗି ମଇଲମ ଗୋପାଳ ବଲ୍ଲଭ ନୀତି ଶେଷ ହେବା ପରେ ମହାବାହୁଙ୍କ ସେନାପାଟ ନୀତି ଅନୁଷ୍ଠିତ ହୋଇଥିଲା | ତିନିଟା ସମୟରେ ପହଣ୍ଡି ବିଜେ ପରେ ରାଜ ପୁରୋହିତ ବାଲୁଙ୍କେଶ୍ୱର ଦାସ ଛେରା ପହଁରା କରିଥିଲେ | ପରେ ରଥ ଟଣାଯାଇ ମଂଦିର ଅଭିମୁଖେ ଚାଲିଥିଲା ରଥ ଓ ମନ୍ଦିର ସମ୍ମୁଖରେ ପହଂଚି ଥିଲା ରଥ | ଜ଼ିଲ୍ଲାପାଳ ପ୍ରମୋଦ କୁମାର ବେହେରା ପୋଲିସ ଏସ ପି ଡାକ୍ତର ଶ୍ରାବଣ ବିବେକ ଏମ ପ୍ରମୁଖ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଠିକ ସେହିପରି ପଦ୍ମପୁର ଠାରେ ମଧ୍ୟ୍ୟ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ରୀତି ନୀତି ଅନୁଯାଇ ତିନି ଠାକୁରଙ୍କ ପୂଜା ଅର୍ଚନା ପରେ ଗିରିଧାରୀ ମନ୍ଦିରର ରାଜା ଯୁବରାଜ ବାହୁବାଳେନ୍ଦ୍ର ନାରାୟଣ ଦେଓ ଛେରା ପହଁରା ପରେ ରଥ ଟଣା ଯାଇଥିଲା ହଜାର ହଜାର ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗ ଦେଇଥିଲେ | ଏହି ବାହୁଡ଼ାଯାତ୍ରାକୁ ପଦ୍ମପୁରରେ ତଲାରୀ ଯାତ୍ରା କୁହାଯାଏ | ପଦ୍ମପୁର ଥାନା ଅଧିକାରୀ ଜୟଶ୍ରୀ ପ୍ରଧାନ ଏସ ଆଇ ଗିରିଶ ମହାରଣା ଏସ ଆଇ ପ୍ରଶ୍ନ ମିଶ୍ର ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ | ଦୁର୍ଗୀ ଠାରେ ମଧ୍ୟ୍ୟ ତିନି ଠାକୁରଙ୍କ ରୀତିନୀତି ପରେ ଠାକୁରଙ୍କୁ ପହଣ୍ଡି କରାଯାଇ ଛେରା ପହଁରା କାର୍ଯ୍ୟକ୍ରମ ପରେ ରଥ ଟଣା ଯାଇଥିଲା | ଏଥିରେ ଦୂର ଦୁରାନ୍ତରୁ ବାହୁ ଭଗବାନଙ୍କ ଆଦ୍ୟ ସେବକ ବିଶ୍ଵାବସୁଙ୍କ ବଂଶଧର ଆଦିବାସୀ ମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ କରି ରଥ ଟାଣିଥିଲେ | ବିଶିଷ୍ଟ ସମାଜ ସେବି ଯୁବ ନେତା ଶ୍ରୀ ସୁଧୀର ଦାସ ଏହି ବାହୁଡ଼ାଯାତ୍ରାର ତଦାରଖ କରୁଥିଲେ | ବିଷମକଟକ ପୋଲିସ ଶାନ୍ତି ଶୃଙ୍ଖଳା ଦାଇତ୍ୱରେ ରହିଥିଲେ |

ଜେ କେ ପୁର ଓ ଅମଲାଭଟା ଛକ ଠାରେ ମଧ୍ୟ୍ୟ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଛି | ଜେ କେ ପୁର ଠାରେ ଜେକେପୁର କାଗଜ କଳର ଉପସଭାପତି ବିନୟ ଦ୍ବିବେଦୀ ରଥରେ ଛେରା ପହଁରା କରିଥିଲେ | ଝିପି ଝିପି ବର୍ଷ ସତ୍ୱେ ମଧ୍ୟ୍ୟ ଶ୍ରଦ୍ଧାଳୁ ରଥ ଟାଣିଥିଲେ |

ସେହିପରି ବାହୁଡ଼ାଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହ ୪ର୍ଥ ସିଆରପିଏଫ ବାଟାଲିୟନ କ୍ୟାମ୍ପ ରାୟଗଡା ଠାରେ ଅନୁଷ୍ଠିତ ହୋଇଯାଇଛି | ଆଜି ସକାଳୁ ମହାପ୍ରଭୁଙ୍କ ନୀତି କାନ୍ତି ଅନୁଷ୍ଠିତ ହେବା ପରେ ମହାରାଜ ଶ୍ରୀ ଏସ କେ ଠାକୁର ସେକଣ୍ଡ ଇନ କୋମାଣ୍ଡେଣ୍ଟ ଏକ ସୁସୋଜିତ ରଥରେ ପହଂଚି ମହା ପ୍ରଭୁଙ୍କୁ ପୂଜା ଅର୍ଚନା କଲା ପରେ ପହଂଣ୍ଡି ବିଜେ କରାଯାଇଥିଲା | ପରେ ପରେ ଏକ ସ୍ଵର୍ଣ ଖଡିକାରେ ଛେରା ପହଁରା କରାଯାଇ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମହାପ୍ରଭୁ ସିଆରପିଏଫ କ୍ୟାମ୍ପରୁ ବାହାରି ଇନ୍ଦିରା ନଗର ପରିକ୍ରମା କରି ନିଜ ମନ୍ଦିରକୁ ଫେରିଥିଲେ ଓ ପରେ ପରେ ସମସ୍ତ ଭକ୍ତଙ୍କ ନିମନ୍ତେ କ୍ୟାମ୍ପ ପରିଷରରେ ପ୍ରଶାଦ ସେବନର ବ୍ୟବସ୍ଥା କରାଯାଇଥିଲା |

ଏହି ନବ ଦିନ ଧରି ଏ ଏସ ଆଇ ଏସ କେ ପଣ୍ଡା ପୂଜାରୀ ରୂପେ କାର୍ଯ୍ୟ ତୁଲାଇଥିଲେ ଏହି ବାହୁଡ଼ାଯାତ୍ରା କାର୍ଯ୍ୟକ୍ରମ ରେ ମିଟୁ ରାୟ ସେକଣ୍ଡ ଇନ କୋମାଣ୍ଡେଣ୍ଟ, ପି ଏମ ଅଶୋକ ଡେପୁଟି କୋମାଣ୍ଡେଣ୍ଟ ଆଶିଷଟେଣ୍ଡ କୋମାଣ୍ଡେଣ୍ଟ ପି ଆର ଓ ସରୋଜ ମହାନ୍ତି ଏ ସେ ଆଇ ସନ୍ତୋଷ କୁମାର ପଣ୍ଡା ଓ ସମସ୍ତ ସୁରକ୍ଷା ଯବାନ ଓ ଅଫିସର ଯୋଗ ଦେଇଥିଲେ | ରଥଟଣାରେ ହଜାର ହଜାର ଜନସାଧାରଣ ଯୋଗ ଦେଇ ରଥ ଟାଣିଥିଲେ | ସୁରକ୍ଷା ଯବାନ ମାନେ ଏହି ପରି ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରି ରାୟଗଡା ଜନସାଧାରଣଙ୍କ ଅତି ପ୍ରିୟ ଭାଜନ ହୋଇ ପାରିଛନ୍ତି |

Comments are closed.