ନିଜ ଧାମକୁ ବାହୁଡିଲେ ଶ୍ରୀ ଜିଉମାନେ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୧୨/୦୭): ଲମତାପୁଟ ବ୍ଲକ ମାଛକୁଣ୍ଡ ଠାରେ ଥିବା ଉପାନ୍ତ ଶ୍ରୀ କ୍ଷେତ୍ରରେ ବହୁ ଧୁମ୍ ଧାମରେ ଶେଷ ହେଲା ବାହୁଡ଼ା ଯାତ୍ରା । ସକାଳର ସମସ୍ତ ନିତିକାନ୍ତି ସମ୍ପନ୍ନ ହେବା ପରେ ଶ୍ରୀ ଜିଉ ବଳଭଦ୍ର, ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ରଥାରୂଢ଼ ହୋଇଥିଲେ । ନିର୍ଧାରିତ ସମୟ ସନ୍ଧ୍ୟା ୫ଟା ସମୟରେ ବହୁ ଆନନ୍ଦର ସହିତ ଶ୍ରୀ ଜିଉ ମାନଙ୍କୁ ଟାଣି ଆଣି ପହଞ୍ଚାଇଥିଲେ ନିଜ ଧାମରେ । ଏହି ଶ୍ରୀ କ୍ଷେତ୍ରରେ ଉପାନ୍ତ ଶ୍ରୀ କ୍ଷେତ୍ରରେ ନାମରେ ପରିଚିତ ।

ଏହା ୧୯୭୫ ମସିହାରେ ଡିଏସପି ଦେବେନ୍ଦ୍ର କୁମାର ଦାଶ ଏହାକୁ ପ୍ରତିଷ୍ଠା କରିଥିଲେ । ଏହା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସିମାରେ ଅବସ୍ଥିତ । ଚାରିଆଡେ ବଣପର୍ବତର ଘେରା ମଝିରେ ଅବସ୍ଥିତ । ପାଖାପାଖି ୪୫ ବର୍ଷର ପ୍ରାଚୀନ ମନ୍ଦିର । ମନ୍ଦିରର ସମ୍ପାଦକ ଶ୍ରୀ ଦେବେନ୍ଦ୍ର ନାଥ ଲେଙ୍କା କହିଛନ୍ତି ଯେ ଆଗରୁ ତହସିଲ ଅଫିସ ଥିବା ସମୟରେ କିଛି କିଛି ଅର୍ଥ ଯୋଗାଇ ଦିଆଯାଇଥିଲା ତେଣୁ ମନ୍ଦିର ପରିଚାଳନା କରିବାରେ କୈାଣସି ଅସୁବିଧା ହୋଇନଥିଲା ଏବେ କିନ୍ତୁ କିଛି କିଛି ଅସୁବିଧା ଦେଖାଦେଉଛି କାରଣ ତହସିଲ କାର୍ଯ୍ୟାଳୟ ମାଛକୁଣ୍ଡରୁ ଲମତାପୁଟକୁ ସ୍ଥାନାନ୍ତରିତ କରାଯାଇଛି । ତେଣୁ ସରକାର ଯଦି କିଛି ମନ୍ଦିର ପରିଚାଳନା ପାଇଁ କିଛି ଆର୍ଥିକ ସାହାଯ୍ୟ କରନ୍ତି ତେବେ କୈାଣସି ସମସ୍ୟା ଦେଖା ଯିବନି ବୋଲି କହିଛନ୍ତି ।

Comments are closed.