Friday, March 29, 2024

Top 5 This Week

Related Posts

ଉଦ୍ଭିଦ ବିଜ୍ଞାନ ଅଧ୍ୟାପକଙ୍କୁ ରେଡକ୍ରସ ର ସର୍ବୋଚ୍ଚ ଜାତୀୟ ପୁରସ୍କାର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୩/୦୭) : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡକ୍ରସ ର ଜିଲ୍ଲା ସମ୍ପାଦକ ପ୍ରବୀର କୁମାର ଦାସ ଙ୍କୁ ୨୦୧୯-୨୦ ବର୍ଷ ପାଇଁ ତାଙ୍କର ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଭାରତୀୟ ରେଡକ୍ରସ ତରଫରୁ ସର୍ବୋଚ୍ଚ ମେରିଟ ଆୱାର୍ଡ଼ ପୁରସ୍କାର ପ୍ରଦାନ କରାଯାଇଛି lWhatsApp Image 2022 07 23 at 5.56.53 PM ଉଦ୍ଭିଦ ବିଜ୍ଞାନ ଅଧ୍ୟାପକଙ୍କୁ ରେଡକ୍ରସ ର ସର୍ବୋଚ୍ଚ ଜାତୀୟ ପୁରସ୍କାର

କରୋନା ପାଇଁ ଦିଲ୍ଲୀରେ କାର୍ଯ୍ୟକ୍ରମ ବାତିଲ ହେବାରୁ ଭାରତ ର ରାଷ୍ଟ୍ରପତିଙ୍କ ତରଫରୁ ଓଡ଼ିଶା ର ମହାମହିମ ରାଜ୍ୟପାଳ ଗଣେଶଜୀ ଲାଲ ଏକ ସ୍ୱତନ୍ତ୍ର ଉତ୍ସବରେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି l ଦୀର୍ଘ ୨୦ ବର୍ଷ ଧରି ତାଙ୍କର ଏହି ସେବା କାର୍ଯ୍ୟ ପାଇଁ ଭାରତ ର ୬ ଜଣଙ୍କ ମଧ୍ୟରୁ ସେ ମନୋନୀତ ହୋଇ ଏହି ସାମ୍ମନ ପାଇଛନ୍ତି l ସେ କରୋନା ସମୟରେ ନିଜ ଗାଡ଼ିରେ କରୋନା ରଥ ବାହାର କରି ବହୁ ଲୋକଙ୍କ ର ଜୀବନ ରକ୍ଷା କରିଥିଲେ l ସେ ମଧ୍ୟ ନିଜେ ୧୦୦ ରୁ ଉର୍ଦ୍ଧ ରକ୍ତଦାନ କରି ଅନେକ ଙ୍କର ଜୀବନ ବଞ୍ଚେଇଛନ୍ତି l

ରେଡକ୍ରସ ର ଆଜୀବନ ସଦସ୍ୟ ଭାବରେ ଏହି ଜାତୀୟ ସ୍ତର ର ପୁରସ୍କାର ପାଇ ଥିବାରୁ ଜିଲ୍ଲା ଏବଂ ରାଜ୍ୟ ର ସ୍ୱେଚ୍ଛାସେବୀ ମହଲରେ ଆନନ୍ଦ ଖେଳି ଯାଇଛି l ସେଥିପାଇଁ ରାଜ୍ୟ ରେଡକ୍ରସ ର ସଚିବ ସି ଟି ମ୍ ସୁଗୁଣା ଜିଲ୍ଲାପାଳ ବୌଦ୍ଧ, ଉପଜିଲ୍ଲାପାଳ ଇତ୍ୟାଦି ଅନେକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l

Popular Articles