ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମ୍ପନ୍ନ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୧୨/୦୭): ରାୟଗଡା ଜିଲ୍ଲାରେ ଶାନ୍ତି ପୁର୍ଣ ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡାଯାତ୍ରା ସମାପନ ହୋଇଛି । ରଥ ଟଣା ଆରମ୍ଭ ହେବା ପୂର୍ବରୁ କିଛି ସମୟ ଝିପି ଝିପି ବର୍ଷା ହୋଇଥିବା ଯୋଗୁ ଧାର୍ଯ୍ୟ ହୋଇଥିବା ମୁହୂର୍ତ୍ତରୁ କିଛି ସମୟ ବିଳମ୍ବରେ ରଥ ଟଣା ଆରମ୍ଭ ହୋଇଥିଲା ।

ରୀତିନୀତି ଅନୁଯାଇ ରାଜପୁରୋହିତଙ୍କ ଦ୍ୱାରା ଛେରାପହଁରା ପରେ ରଥ ଟଣା ଆରମ୍ଭ ହୋଇଥିଲା । ରଥ ଟଣା ସମୟରେ ହଜାର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥିବା ଯୋଗୁ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଝିପି ଝିପି ବର୍ଷାରେ ମଧ୍ୟ ନିଜ କାର୍ଯ୍ୟରେ ଅବହେଳା ନ କରି ବର୍ଷାରେ ଭିଜି ଭିଜି ନିଜ ଦାୟିତ୍ୱକୁ ସୁଚାରୁ ରୂପ ସମ୍ପାଦନ କରୁଥିବା ଦେଖାଯାଇଛି ।

ଏହି ପବିତ୍ର ବାହୁଡା ଯାତ୍ରାରେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସ.ପି ଡ଼ଃ ଶ୍ରବଣ ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଯୋଗଦେଇ ଭକ୍ତି ଭାବରେ ରଥ ଦଉଡିକୁ ଟାଣି ଶ୍ରୀମନ୍ଦିର ଯାଏ ନେଇଥିଲେ । ପରେ ତିନି ଠାକୁର ସୁନା ଅଳଙ୍କାର ପିନ୍ଧି ସୁନାବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ।

Comments are closed.