ମାଲକାନଗିରିରେ ବିଶ୍ୱଜନସଂଖ୍ୟା ଦିବସ ପାଳିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୧୧/୦୭): ଜିଲ୍ଲାର ସମସ୍ତ ୭ଗୋଟି ବ୍ଲକରେ ଆଜି ତା୧୧.୦୭.୧୯ରିଖ ଠାରୁ ତା୨୪.୦୭.୧୯ରିଖ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ଜିଲ୍ଲାସ୍ଵାସ୍ଥ୍ୟ ସମିତି ପ୍ରଶିକ୍ଷଣ କେନ୍ଦ୍ର ମାଲକାନଗିରି ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଅଜିତ କୁମାର ମହାନ୍ତି, ଆଡିସନାଲ ପବ୍ଲିକ ହେଲଥ ଅଫିସର ଧନେଶ୍ୱର ମହାପାତ୍ର, ଜିଲ୍ଲା ମୁଖ୍ୟ ମ୍ୟଲେରିଆ ନିରାକରଣର ଅଧିକାରୀ ଧନୁର୍ଜୟ ମହନ୍ତ, ମୁଖ୍ୟ ସ୍ଵାସ୍ଥ୍ୟ ଜନସମ୍ପର୍କ ଅଧିକାରୀ ଅଜିତ କୁମାର ଦଳାଇ ପ୍ରମୁଖ ଉପସ୍ଥିତ ରହି କିପରି ଆଗାମୀ ଦିନରେ ଜନସଂଖ୍ୟା ବୃଦ୍ଧି ନହେବ ସେ ବିଷୟରେ ଆଲୋଚନା କରିଥିଲେ । ପରିବାର ନିୟନ୍ତ୍ରଣ ନିମନ୍ତେ ମହିଳା ଓ ପୁରୁଷ ବନ୍ଧ୍ୟାକରଣ, ଆଇ .ୟୁ .ସି ଡି.ପ୍ରସବ ପରବର୍ତୀ ଆଇ ୟୁ ସି ଡ଼ି “ଅନ୍ତରା”ଇଞେକ୍ ସନ ଦ୍ଵାରା ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିବ । ମାଆ ଓ ଶିଶୁ ମୃତ୍ୟୁ ହାର କମ ହେବ ଏହା ଆଲୋଚନା ହେବା ସହ ଚଳିତ ବର୍ଷ୨୪୯୧ମହିଳା ଓ ୭୨ଜଣ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇଛନ୍ତି । ପ୍ରତ୍ୟେକ ମହିଳା ବନ୍ଧ୍ୟାକରଣ ପାଇଁ ୧୪୦୦ଟଙ୍କା ଏବଂ ପୁରୁଷ ବନ୍ଧ୍ୟାକରଣ ପାଇଁ ୨୦୦୦ ଟଙ୍କା ପ୍ରୋତ୍ସାହନ ରାସି ସରକାରଙ୍କ ପକ୍ଷରୁ ଦିଆଯାଉଛି । ଏକ ସୁସ୍ଥ ସମାଜ ଗଠନ ହେବାପାଇଁ ଜନସଂଖ୍ୟା ସ୍ଥିରତା ଆଣିବା ଜରୁରୀ ବୋଲି କହିଥିଲେ ।

Comments are closed.