ରଥାରୁଢ଼ ହେଲେ ତିନି ଠାକୁର – ବିନିକା

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା(୧୨/୦୭): ଆଜି ପବିତ୍ର ବାହୁଡା ଯାତ୍ରା ଅବସରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଘଣ୍ଟ, ଶଙ୍ଖ ହୁଳହୁଳି ଓ ଭକ୍ତଙ୍କ ଜୟଧ୍ବନୀ ରେ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା | ଦୀର୍ଘ ଦଶ ଦିନ ଧରି ତିନି ଠାକୁର ମାଉସୀ ମା ମନ୍ଦିର ରେ ଅବସ୍ଥାନ କରି ବିଭିନ୍ନ ଦିବସରେ ବିଭିନ୍ନ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ |

ଆଜି ପବିତ୍ର ତିଥିରେ ଯଥାରୀତି ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କୁ ମନ୍ଦିରରୁ ବାହାର କରାଯାଇଥିଲା | ପରେ ପୂର୍ଣ୍ଣମାସୀ ଘଣ୍ଟ ର ତାଳେତାଳେ ଭକ୍ତମାନେ ତିନି ପ୍ରଭୁଙ୍କୁ ଝୁଲାଇ ଝୁଲାଇ ରଥକୁ ନେଇଥିଲେ | ଏହି ଅବସରରେ ବିନିକା ତହସିଲଦାର ଅଲେଖ ଘୁଟା ଛେରା ପହଁରା କାର୍ଯ୍ୟ ତୁଲାଇଥିବା ବେଳେ ସର୍ଜନ କୁମାର ପଣ୍ଡା ଜଳ ଛାଂଚନ କରିଥିଲେ | ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ତିନି ଠାକୁରଙ୍କୁ ବେଶ ଆଡମ୍ବର ପୂର୍ଣ୍ଣ ଭାବରେ ପୂଜାର୍ଚ୍ଚନା କରାଯାଇଥିଲା | ପହଣ୍ଡି ବିଜେ ଦେଖିବା ପାଇଁ ଓ ତିନି ଠାକୁରଙ୍କ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା |

Comments are closed.