ସାମ୍ବାଦିକଙ୍କୁ ସହକାରୀ ଯନ୍ତ୍ରୀଙ୍କ ଫୋନରେ ଧମକ ଦେବା ଘଟଣା

ରିପୋର୍ଟ: ଜଗନ କୁମାର ସେଠୀ
ଗଞ୍ଜାମ(୧୨/୦୭): ଗଞ୍ଜାମ ଜିଲ୍ଲା ପାଟପୁରର ଜଣେ ସାମ୍ବାଦିକ ଏବଂ ସାମ୍ବାଦିକ ସଂଘ ତରଫରୁ ଲିଖିତ ଅଭିଯୋଗ ଗତକାଲି ୧୧ତାରିଖ ରାତ୍ର ପାଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଦେବା ପରେ ଆଜି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସହକାରୀ ଯନ୍ତ୍ରୀ ଏବଂ ସାମ୍ବାଦିକଙ୍କୁ ଥାନାକୁ ଡକାଇଥିଲେ |

ଘଟଣାଟି ଅତି ନିନ୍ଦନୀୟ ହୋଇଥିବା ବେଳେ ଉକ୍ତ ସହକାରୀ ଯନ୍ତ୍ରୀ ସନାତନ ସ୍ୱାଇଁ ସାମ୍ବାଦିକଙ୍କୁ କ୍ଷମା ପ୍ରାଥନା କରିଥିଲେ | ଯେହେତୁ ସେ ଜଣେ ବରିଷ୍ଟ ନାଗରିକ ତାଙ୍କ ବୟସ ୫୭ବର୍ଷ ଏଣୁ ଘଟଣାକୁ ଆଗକୁ ବଢଗଲା ନାହିଁ ଶାନ୍ତି ପୂର୍ଣ୍ଣ ଭାବେ ଘଟଣାର ସମାଧାନ କରାଗଲା | ଏଭଳି ଭୁଲ ହେବନି କହି ଏକ ଲିଖିତ ଭାବେ ଥାନାରେ ଦେବା ପରେ ସତ୍ୟନାରାୟଣ ପାଢ଼ୀ ଥାନରୁ ସହକାରୀ ଯନ୍ତ୍ରୀଙ୍କ ନାମରେ ଦେଇଥିବା ଏଫଆଇଆରକୁ ଉଠାଇଥିଲେ |

Comments are closed.