ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ମନ୍ଦିର ଖୋଲିବା ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ

0
409
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୩/୭) : ଗୁଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆସନ୍ତା ଶିକ୍ଷାବର୍ଷରୁ ଜ୍ଞାନ ମନ୍ଦିର (+୨) ଖୋଲିବା ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 07 23 at 12.04.15 PM ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ମନ୍ଦିର ଖୋଲିବା ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ମାନ୍ୟ ଗଣ୍ୟ ବିଜ୍ଞ ବ୍ୟକ୍ତି ଯଥା ଶ୍ରୀ ମନୋରଞ୍ଜନ ରଥ, ଶ୍ରୀ ଗଣେଶ୍ଵର ଶତପଥୀ, ଶ୍ରୀ ନୀଳ ମାଧବ ଦାସ, ଶ୍ରୀ ପ୍ରଭାତ କୁମାର ମହାପାତ୍ର, ବି. ଲକ୍ଷ୍ମୀ ନାରାୟଣ, ଲଳିତ କୁମାର ବୈଦ୍ୟଭୂଷଣ, ଶ୍ରୀ ନନ୍ଦିକେଶ୍ୱର ଚୌଧୁରୀ, (ଜିଲ୍ଲା ସଙ୍ଘ ଚାଳକ) ଦିଲ୍ଲୀପ କୁମାର ପଣ୍ଡା ଓ ପରିଚାଳନା ସମିତି ର ସମସ୍ତ ସଦସ୍ୟ ଯଥା ଶ୍ରୀ ବି. ଗଜପତି ରାଓ, ଶ୍ରୀ ସୋମନାଥ ଗୌଡ, ଶ୍ରୀ ମୀନକେତନ ପଣ୍ଡା, ଶ୍ରୀ ମୋହନ ଚନ୍ଦ୍ର ସାହୁ, ଶ୍ରୀ ପି. ଗୋବିନ୍ଦ ରାଓ, ସଦସ୍ୟା ଶ୍ରୀମତି ପ୍ରତିଭା ରଥ, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଓ ଆଚାର୍ଯ୍ୟ ପ୍ରତିନିଧି ଶ୍ରୀ ପରିତ୍ରାଣ ମହାପାତ୍ର ଉପସ୍ଥିତ ଥିଲେ ।

ଉକ୍ତ ବୈଠକରେ (୨୦୨୨-୨୦୨୩) ଶିକ୍ଷାବର୍ଷରେ +୨ ବିଜ୍ଞାନ ରେ ୬୪ ଟି ସିଟ ପ୍ରଥମେ ଖୋଲାଯିବ ଓ ପରେ +୨ କଳା ଓ ବାଣିଜ୍ୟ ବିଭାଗ ଖୋଲାଯିବ ପାଇଁ ନିଷ୍ପତ୍ତି ନିଆଗଲା ।