Related Contents

ଡୁଙ୍ଗୁରିପାଲି ବଜାରରୁ ଜଣେ ନାବାଳକ ସହିତ ୩ ମୋବାଇଲ ଚୋର ଗିରଫ

ରିପୋର୍ଟ: ରତ୍ନାକର ସେଠ
ଡୁଙ୍ଗୁରିପାଲି (୧୧/୦୭): ଆଜି ଏହି ବ୍ଲକର ଗଣ୍ଡପାଳି ଗ୍ରାମର ଶରତ ସାହୁ ବଜାର କରୁଥିବା ସମୟରେ ଏକ ନାବାଳକ ତାଙ୍କର ସାର୍ଟ ପକେଟରୁ ମୋବାଇଲ ନେଇ ଯାଇଥିଲେ | ଏହା ଜାଣିପାରି ତାଙ୍କୁ ଧରି ପକାଇଥିଲେ | ଏହା ଦେଖି ବଜାରର ଲୋକେ ଘେରାଓ କରିଦେଇଥିଲେ |

ପାଖରେ ଥିବା ଅନ୍ୟ ୨ଜଣ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଲୋକେ ସମସ୍ତଙ୍କୁ ଧରି ଡୁଙ୍ଗୁରିପାଲି ଥାନାରେ ଜିମା ଦେଇଥିଲେ | ଚୋରମାନେ ହେଲେ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାର ଇତୱାରଙ୍କ ପୁଅ ରାକେଶ ଧୁରୁ(୨୨) ଓ ଦୁର୍ଗା ଧୁରୁଙ୍କ ପୁଅ ଅର୍ଜୁନ ଧୁରୁ (୨୨) ଘର ଭୀମଖୋଜ, ଥାନା ଖରରୀର ବୋଲି ଜଣାପଡିଛି | ଅନ୍ୟ ଜଣେ ନାବାଳକ ତାଙ୍କ ସାଙ୍ଗରେ ରହିଥିବା ବେଳେ ଉଭୟ ସାବାଳକ ଚୋରମାନଙ୍କୁ ଡୁଙ୍ଗୁରିପାଲି ପୋଲିସ ଗିରଫ କରି ଆଜି ଡୁଙ୍ଗୁରିପାଲି ଗ୍ରାମ ନୟାଳୟ କୋର୍ଟ କୁ ପଠାଇ ଦେଇଛନ୍ତି | ଚୋରମାନଙ୍କ ଠାରୁ ଏକ ମୋବାଇଲ ସେଟ ସହିତ ଏକ ମୋବାଇଲ ଖୋଲ ପୋଲିସ ଜବତ କରିଛି | ଅନ୍ୟ ନାବାଳକକୁ ସୋନପୁର ପ୍ରିନସିପାଲ ମାଜିଷ୍ଟ୍ରେଟ ଜୁଭେନାଲ ବୋର୍ଡକୁ ପଠାଇ ଦେଇଛନ୍ତି | ଡୁଙ୍ଗୁରିପାଲି ଥାନା କେଶ ନ ୩୯୭,୩୪ ଆଇପିସି ରେ ଏକ ମାମଲା ରୁଜୁ କରି ସବ ଇନ୍ସପେକ୍ଟର ଅନିଲ କୁମାର ପଧାନ ତଦନ୍ତ ଜାରିରଖିଛନ୍ତି |

Comments are closed.