ଜାଲରେ ପଡ଼ିଲା ତେଲିଆ ମାଛ : ଦାମ ୩ ଲକ୍ଷରୁ ଅଧିକ

0
128
ଜାଲରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଚାନ୍ଦବାଲି, (୨୩/୦୭) : ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳ ଅଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଛି ତେଲିଆ ମାଛ । ଯାହାର ଓଜନ ୩୨ କିଲୋ ହେବ ।

ଗତକାଲି ଜାଲରେ ପଡିଥିବା ମାଛଟିର ନିଲାମ ହୋଇଥିଲା । କୋଲକତା ର ଏକ କମ୍ପାନୀ ୩ ଲକ୍ଷ ୧୦ ହଜାର ଟଙ୍କାରେ ଏହି ମାଛଟିକୁ କିଣିଥିଲା । ଚନ୍ଦିନୀପାଳ ମତ୍ସ୍ୟ ପୋତାଶ୍ରୟ ର ତାଳଛୁଆ ଅଞ୍ଚଳର ହାଫିଜ୍ ଉଲ୍ଲାଙ୍କ ମାଛଧରା ବୋଟରେ ଗତକାଲି ୩୨ କେଜି ଓଜନ ର ତେଲିଆ ମାଛ ପଡିଥିଲା । ଏହି ମାଛ ର ଚାହିଦା ଅଧିକ ରହିଥିବାରୁ ଏହାକୁ ବିଦେଶକୁ ରପ୍ତାନି କରାଯାଇଥାଏ ।

ସୂଚନାଯୋଗ୍ୟ, ଜୁନ୍ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ବାଲି ପ୍ଲଟ ମାଛ ଗଦିରେ ମତ୍ସଜୀବୀଙ୍କ ଜାଲରେ ୪ଟି ତେଲିଆ ବୋରେଇ ମାଛ ପଡ଼ିଥିଲେ । ଗୋଟିଏ ମାଛ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଅନ୍ୟ ୩ଟି ମାଛ ଦାମ୍‌ କିଲୋ ପିଛା ୪୨୦୦ ଟଙ୍କା ଦାମ୍ ହିସାବରେ ମୋଟ ୧ ଲକ୍ଷ ୬୩ ହଜାର ୮ ଶହ ଟଙ୍କାରେ ବିକ୍ରି ହୋଇଛି । ସମୁଦାୟ ୪ଟି ତେଲିଆ ବୋରେଆ ମାଛକୁ ୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି କରାଯାଇଥିଲା ।