Related Contents

ସବୁଜ ଜହର ବ୍ୟବସାୟରେ ଯୁବ ପିଢ଼ି

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ
କାଲିମେଳା(୦୮/୦୭): ରାତାରାତି କୋଟିପତି ହେବା ନିଶାରେ ଆଜିକାଲି ମାଲକାନଗିରିର ଯୁବ ସମାଜ ନିଜ ପରିବାରର ଇଜ୍ଜତକୁ ବେଖାତିର କରି ସବୁଜ ଜହର ବ୍ୟବସାୟକୁ ଆଦରି ନେଉଛନ୍ତି । ଯାହାଦ୍ୱାରା ସେମାନେ ପ୍ରଶାସନ ନିକଟରେ ଧରାପଡି ଦୋଶି ସାବ୍ୟସ୍ତ ହୋଇ ନିଜର ଜୀବନର ବହୁ ମୂଲ୍ୟବାନ ସମୟ କାରାଗାର ମଧ୍ୟରେ ଅତିବାହିତ କରୁଅଛନ୍ତି ।

ଏହିପରି ଆଜି ମାଲକାନଗିରି ଜିଲ୍ଲାର କାଙ୍ଗୁରୁକୋଣ୍ଡା ଛକଠାରେ କାଲିମେଳା ଥାନାର ଏସଆଇ ସୋମନାଥ ଦଳବେହେରା, ଏଏସଆଇ ଗୋବିନ୍ଦ ପାତ୍ର ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବୋଲେରୋରୁ ୧କୁଇଣ୍ଟାଲ୭୩କେଜି ଗଞ୍ଜେଇ ଜବତ କରିଥିଲେ ଯାହାର ଆନୁମାନିକ ମୁଲ୍ୟ ଦୁଇ ଲକ୍ଷ ପଚାଶ ହଜାର ହେବ ବୋଲି ପୋଲିସ୍ ର ସୂଚନାରୁ ଜଣାପଡିଛି । ଗଂଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛନ୍ତି ।

ସେମାନେ ହେଲେ ଏମଭି ୩୮ ନମ୍ବର ଗ୍ରାମର ବିଶ୍ବଜିତ୍ ପାଣ୍ଡେ ଏବଂ ଏମପିଭି ୫୯ ନମ୍ବର ଗ୍ରାମର ରଞ୍ଜିତ ବିଶ୍ୱାସ ବୋଲି ଜଣାପଡିଛି । ଏମାନେ ମାଲକାନଗିରିରୁ ଗଞ୍ଜେଇ ନେଇ ଛତିଶଗଡ଼ ରାଜ୍ୟର ଜଗଦଲ୍ ପୁର ନେଇ ଯାଉଥିବା ସମୟରେ ସେମାନଙ୍କୁ କାଲିମେଳା ଥାନା ପୋଲିସ କାବୁକରି ଧରିବା ପରେ କେଶ ନ ୧୦୮/୧୯, ୨୦(ବି)(ii)(ସି)/୨୫/୨୯ ଏନ୍ଡିପିଏସ ଏକଟରେ କେଶ ରୁଜୁକରି କୋର୍ଟ ଚାଲାଣ କରିଛନ୍ତି |

Comments are closed.