Related Contents

ଶେଷରେ ପାନକୁ ମିଳିଲା ବିକଳାଙ୍ଗ ଭତ୍ତା

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୧/୦୭): ବୈପାରୀଗୁଡା ବ୍ଲକ ବଦାପୁଟ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପଡା ଗ୍ରାମର ଧନ ପୂଜାରୀଙ୍କ ବିକଳାଙ୍ଗ ଝିଅ ପାନ ପୂଜାରୀଙ୍କୁ ଆଜି ପ୍ରଶାସନ ପକ୍ଷରୁ ଭତ୍ତା ପ୍ରଦାନ କରିଥିବା ଜଣାପଡିଛି |

ବିଭିନ୍ନ ଗଣମାଧ୍ୟମରେ ଏହି ଘଟଣାର ଖବର ପ୍ରକାଶିତ ପରେ ସ୍ଥାନୀୟ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଙ୍କ ପ୍ରତିଶୃତି ଅନୁଯାୟୀ ଆଜି ସ୍ଥାନୀୟ ସରପଞ୍ଚ କୃଷ୍ଣ ବାତ୍ରି ଓ ପିଇଓ କାଳୀ ଚରଣ ସ୍ୱାଇଁ ବିକଳାଙ୍ଗ ଯୁବତୀ ପାନ ପୂଜାରୀଙ୍କ ଘର ତେନ୍ତୁଳିପଡାକୁ ଯାଇ ଭତ୍ତା ୭୦୦ଟଙ୍କା ପ୍ରଦାନ କରିଥିବା ଜଣାପଡିଛି | ଅତି ଶୀଘ୍ର ଅନ୍ୟାନ୍ୟ ସରକାରୀ ସୁବିଧା ଦିଆଯିବ ବୋଲି ଅଧିକାରି ପ୍ରକାଶ କରିଛନ୍ତି | ସେପଟେ ବିକଳାଙ୍ଗ ଭତ୍ତା ପାଇବା ପରେ ଏହି ଘଟଣାକୁ ଲୋକଲୋଚନକୁ ଆଣିଥିବା ସ୍ପ୍ରେଡ଼ ଅନୁଷ୍ଠାନକୁ ଧନ୍ୟବାଦ ଦେଇଛନ୍ତି ପାନର ପରିବାର ସହ ଗ୍ରାମବାସି |

Comments are closed.