Related Contents

ସ୍କୁଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ, ବୃଦ୍ଧ ଗୁରୁତର

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୧୨/୦୭): ମୁରିବାହାଲ ଥାନା ବାନ୍ଦୁପଲା ପଞ୍ଚାୟତ ଯମୁନାବାହାଲ ଗାଁ ନିକଟରେ ଗୁରୁବାର ସନ୍ଧ୍ୟା ସମୟରେ ଏକ ସ୍କୁଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା |

ସ୍କୁଟି(ଓଆର ୧୫ଏଲ୧୩୭୩)ରେ ଟିକ୍ରାପଡ଼ା ଫାଣ୍ଡି ଲାଫେର ଗ୍ରାମର ବିପିନ ମହାକୁର (୫୫) ଗୁଡିଘାଟ,ଟିକ୍ରାପଡ଼ା ରାସ୍ତାରେ ନିଜ ଗ୍ରାମକୁ ଫେରୁଥିବା ବେଳେ ଶ୍ରୀ ମହାକୁର ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ହୋଇ ପଡ଼ିଥିଲେ | ଗ୍ରାମର ସ୍ୱେଚ୍ଛାସେବୀମାନେ ଆମ୍ବୁଲାନ୍ସ ଡାକି ଗୁରୁତର ମହାକୁରୁଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠେଇଥିଲେ | ସୂଚନା ଅନୁସାରେ ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି |

Comments are closed.