ଚନ୍ଦ୍ରପୁରରେ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୧୧/୦୭): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି |ଚନ୍ଦ୍ରପୁର ବ୍ଲକର ଆଶା କର୍ମୀ ମାନଙ୍କୁ ନେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ |

ମୂଖ୍ୟ ଅତିଥି ଭାବେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର ଶ୍ରୀ ଅଭିଶେକ ନାୟକ ଯୋଗ ଦେଇ ଆଶାକର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ |ତାଲିମ ପ୍ରଦାନ ପରେ ଆଶାକର୍ମୀ ମାନଙ୍କୁ ୧୦ଟି ପ୍ରଶ୍ନ ପଚ଼ାରିଥିଲେ | ଠିକ୍ ଉତ୍ତର ପ୍ରଦାନ କରିଥିବା କର୍ମୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ |ଏଥିରେ ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ବିବେସ କୁମାର ଜାନି, ଏନଏମ ରାଜେଶ୍ୱରି ଶବର, ଗୁଣବତି ଲିମା, ଆଲିସା ସଂସ୍ଥାର ଏନଏମ ଖତକୁଡି ଶବର ଓ ଜୟନ୍ତି ମାଝୀ ପ୍ରମୁଖ ଯୋଗ ଦେଇଥିଲେ | ଶୋଭାଯାତ୍ରାଟିକୁ ଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଜଗନ୍ନାଥ ନାୟକ ପରିଚ଼ାଳନା କରିଥିଲେ |ଏନଏମ ରାଜେଶ୍ୱରି ଶବର ସଭାର ସମସ୍ତ ମୂଖ୍ୟ ଅତିଥି ଓ ଆଶାକର୍ମୀ ମାନଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ |

Comments are closed.